ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଚଳିତ ଶିକ୍ଷାବର୍ଷର ଦ୍ଵିତୀୟ ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିବୈଠକ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଶ୍ରୀ ପ୍ରଧାନ ଅଭିଭାବକମାନଙ୍କୁ ସ୍ୱାଗତ ଜଣାଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ଅଭିଭାବକ ମାନଙ୍କ ସହଯୋଗ ନିତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ।ଓସେପା ନିର୍ଦେଶିତ ବିଭିନ୍ନ ବିନ୍ଦୁ ତଥା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ନିରାପତ୍ତା ବ୍ୟବସ୍ଥା ଆଇନ ସୁରକ୍ଷା ଓ ସାଇବର ସଚେତନତା, ସ୍ୱଛତା ପକ୍ଷ ପାଳନ, ସୁରଭି -୨୦୨୪, ବିଦ୍ୟାଳୟରେ ୟୁଥ କ୍ଳବ ଓ ଇକୋ କ୍ଲବ ଗଠନ, ଛାତ୍ର ଛାତ୍ରୀ ମାନଙ୍କ ବୟସ ଅନୁସାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା, ବେଟି ବଞ୍ଚାଓ /ବେଟି ପଢ଼ାଓ, କିଶୋର ଛାତ୍ରୀ ମାନଙ୍କ ପାଇଁ ଇନସେନେରେଟସର ଓ ଭେଣ୍ଡିଂ ବ୍ୟବସ୍ଥା ଉପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ରବି ପ୍ରସାଦ କାନୁନଗୋ, ଶ୍ରୀ ରାଜୁ କୁମାର ସାହୁ, ପ୍ରଣତି ମହାପାତ୍ର, ଗୀତାଞ୍ଜଳି ତ୍ରିପାଠୀ, ପ୍ରତିଭା ସାହୁ ଓ ଶ୍ରୀମତୀ ମିନତୀ ଦାସ ପ୍ରମୁଖ ଅଭିଭାବକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ଉକ୍ତ ବୈଠକରେ ଶହେରୁ ଉର୍ଦ୍ଧ ଅଭିଭାବକ ଯୋଗଦାନ କରି ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ।
ଦଶମଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କପାଇଁ ବିଦ୍ୟାଳୟ ସମୟ ପରେ ପ୍ରତ୍ୟେକ ବିଷୟରେ ହେଉଥିବା ରେମେଡିଆଲ କ୍ଲାସକୁ ଅଭିଭାବକ ମାନେ ସ୍ୱାଗତ କରିବା ସହିତ ଏହି ପଦକ୍ଷେପ ନିଶ୍ଚିତ ଭାବରେ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

