କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳ ଙ୍କୁ ଦାବିପତ୍ର

0 minutes, 3 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ରାଜ୍ୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଧାନ କ୍ରୟ ରେ ହେଉଥିବା ଅନିୟମିତତାର ସିବିଆଇ ତଦନ୍ତ ନିମନ୍ତେ ବିଜେପି କଳାହାଣ୍ଡି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିବାପରେ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏହିସବୁ ଯୋଜନାରେ ଦେଶର ସମସ୍ତ ରାଜ୍ୟର ଚାଷୀମାନେ ଉପକୃତ ହେଉଥିବାବେଳେ ଓଡ଼ିଶାର ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ନବୀନ ପଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ଦୁର୍ନୀତି ଓ ଶୋଷଣ, ଭ୍ରଷ୍ଟାଚାର ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ଓଡିଶାକୁ ଆସୁଥିବା କୃଷକ କଲ୍ୟାଣକାରୀ ଯୋଜନାକୁ ଶାସନ ଓ ପ୍ରଶାସନ ଦ୍ୱାରା ହରିଲୁଟ କରାଯାଉଛି। ଓଡ଼ିଶାରେ ଚଳିତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଓ ଅବ୍ୟବସ୍ଥା ଦେଖାଦେଇଛି। ମିଲର, ଶାସକ ଦଳ ନେତା ଓ ପ୍ରଶାସନ କଳର ସଲାସୁତୁରାରେ ଚାଷୀଙ୍କୁ ଶୋଷଣ କରାଯାଉଥିବାରୁ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଓଡ଼ିଶାର ଚାଷୀଙ୍କ ଆର୍ଥିକ ଅଧୋଗତି ଘଟି ସେମାନେ ଗରିବରୁ ଅତି ଗରିବ ହେଉଛନ୍ତି। ରାଜ୍ୟର ମଣ୍ଡିଗୁଡିକରେ ସରକାରଙ୍କ ପକ୍ଷରୁ ଧାନ କିଣା ସମୟରେ କୁଇଣ୍ଟାଲ ପିଛା ୫ ରୁ ୧୦ କିଲୋ କଟନୀ ଛଟଣୀ କରାଯାଉଛି। ତାହାସହିତ ଚାଷୀକୁ ସୁତୁଲୀ ଓ ବସ୍ତା ଦିଆଯାଉନାହିଁ। ମଣ୍ଡିରେ ଧାନ ଓଜନ କରିବା ଓ ଅନଲୋଡ଼ କରିବା ନାମରେ ଚାଷୀଠାରୁ କୁଇଣ୍ଟାଲ ପିଛା ୧୦ ଟଙ୍କା ଆଦାୟ କରାଯାଉଛି। ଓଡ଼ିଶାରେ ୯୮ ଭାଗ ଧାନ ମଣ୍ଡିରେ ଭିତ୍ତିଭୂମି ନାହିଁ। ଧାନ ସୁରକ୍ଷିତ ରଖିବାକୁ ଗୋଦାମ ଘର, ପାଚେରୀ ଓ ଚାଷୀ ବିଶ୍ରାମ ଗୃହ ନାହିଁ। ଶୌଚ ହେବାକୁ ପାଇଖାନା ଓ ପିଇବା ପାଣି ସୁବିଧା ବି ନାହିଁ। କହିବାକୁ ଗଲେ ଓଡିଶା ସରକାର ନାହିଁ ନାହିଁରେ ଚାଲିଛି। ତେଣୁ ମହାମହିମ ରାଜ୍ୟପାଳ ତାଙ୍କ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଚାଷୀଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଓ ଧାନ କିଣା ଦୁର୍ନୀତିର ସିବିଆଇ ତଦନ୍ତ କରାଇବାକୁ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କେଶରୀ ଦୁର୍ଗାଙ୍କ ନେତୃତ୍ୱରେ ରାଜ୍ୟ ସମ୍ପାଦକ ମନୋଜ ସାହୁ, ସାଧାରଣ ସମ୍ପାଦକ ସୁଧୀର ମୁଣ୍ଡ, ବିଜେପି ନେତ୍ରୀ ଡ଼ ସୁନୀତି ମୁଣ୍ଡ, ଜୟ ଶଙ୍କର ନାୟକ, ସନ୍ତୋଷ ବିଶି, ଶୈଳ ପରିଡା, ବସନ୍ତ ପୁରୋହିତ, ଡୋଲାମଣି ନାୟକ ଓ ବିଭୀଷଣ ନାୟକ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts