କଳାହାଣ୍ଡି ଜିଲ୍ଲା ଚତୁର୍ଥ ପର୍ଯ୍ୟାୟରେ ୭୩ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୭୩ ଟି ରୂପାନ୍ତରିତ ହାଇସ୍କୁଲକୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଜୁନାଗଡ ବ୍ଲକ୍ ଅନ୍ତର୍ଗତ ଡୁମେର ବାହାଲ ସ୍ଥିତ ଧନୁର୍ଜୟ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସଭାରେ ଧର୍ମଗଡ ବିଧାୟକ ମୌଶଦି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ,ନର୍ଲା ବିଧାୟକ ଭୂପିନ୍ଦର ସିଂ,ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜି ମାଝୀ ,ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପ୍ରମୁଖ ମଞ୍ଚାସିନ ଥିଲେ। ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ସରକାର ୫ ଟି ଯୋଜନା ମାଧ୍ୟମରେ ବିଭିନ୍ନ ସ୍କୁଲକୁ ରୂପାନ୍ତରିତ କରୁଛନ୍ତି। ଏଥିସହ ଡିଜିଟାଲ କ୍ଳାସ ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏନେଇ ଭବାନୀପାଟଣା ବ୍ଲକ ର ୪ ଟି ସ୍କୁଲ, ଧର୍ମଗଡ଼ ବ୍ଳକର ୫ ଟି ସ୍କୁଲ , ଗୋଲାମୁଣ୍ଡା ବ୍ଲକର ୭ ଟି ସ୍କୁଲ, ଜୟପାଟଣା ବ୍ଲକର ୭ ଟି ସ୍କୁଲ, ଜୁନାଗଡ଼ ବ୍ଲକର ୧୧ ଟି ସ୍କୁଲ , କଲମପୁର ବ୍ଲକ ର 3 ଟି ସ୍କୁଲ, କର୍ଲାମୁଣ୍ଡା ବ୍ଲକର ୨ ଟି ସ୍କୁଲ, କେସିଙ୍ଗା ବ୍ଲକର ୮ ଟି ସ୍କୁଲ, କୋକସରା ବ୍ଲକର ୫ ଟି ସ୍କୁଲ, ଲାଞ୍ଜିଗଡ଼ ବ୍ଳକର ୬ଟି ସ୍କୁଲ, ମଦନପୁର ରାମପୁର ବ୍ଲକର ୪ ଟି ସ୍କୁଲ , ନର୍ଲା ବ୍ଳକର ୬ ଟି ସ୍କୁଲ ଓ ଥୁଆମୂଳ ରାମପୁର ଭଳି ଉପାନ୍ତ ଇଲାକାରେ ୫ ଟି ସ୍କୁଲର ରୂପାନ୍ତିକରଣ କରିଛନ୍ତି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧିପାଇବା ଉଲ୍ଲେଖ ସହ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ରେ ୫ଟି ନୀତି କୁ ଗ୍ରହଣ,ସବୁ କ୍ଷେତ୍ର ରେ ସାଧୁତା,ସମୟରେ ଠିକ୍ ଉପଯୋଗ ଉପରେ ପରାମର୍ଶ ଦେଇଥିଲେ।ଲୋକାର୍ପଣ ଅବସର ରେ ୫ ଟି ଅଧ୍ୟକ୍ଷ କାର୍ତ୍ତିକିଏନ ପାଣ୍ଡିଆନ ଧନୁର୍ଜୟ ସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଆଶା ମାଝୀ ଙ୍କ ସହ ଆଲୋଚନା କରି ନିଜ ଭବିଷ୍ୟତ କୁ କିଭଳି ଗଢି ତୋଳିବେ ତାହା ପଚାରି ବୁଝିବା ସହ ରୂପାନ୍ତରିତ ହୋଇଥିବା ସ୍କୁଲ କୁ ନେଇ ପ୍ରତିକ୍ରିୟା ପଚାରି ବୁଝିଥିଲେ। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ବରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସମସ୍ତଙ୍କୁ ସ୍ବାଗତ ସହ ଜିଲ୍ଲାରେ ୩ ୟ ପର୍ଯ୍ୟାୟ ସୁଦ୍ଧା ୨୪୪ ଟି ରୂପାନ୍ତରଣ କାର୍ଯ୍ୟ ସମାପ୍ତ ପରେ ଆଜି ୭୩ ଟି ହାଇସ୍କୁଲ୍ ରୂପାନ୍ତରଣ ହେବ ବୋଲି କହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts