ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଅନୁଷ୍ଠିତ ହେବ ।ଜେନା ଖାଲ ରେ ମା ଙ୍କ ଛତର ର ବିଧି ଅନୁସାରେ ପୂଜ୍ଯ ପୂଜା ସାରି ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଭକ୍ତ ଙ୍କୁ ଦର୍ଶନ ଦେବା ନିମନ୍ତେ ଭକ୍ତଙ୍କ ଭିଡରେ ମା ଙ୍କ ଛତର ମନ୍ଦିର ପ୍ରବେଶ କରିବ।
ଛତର ଉତ୍ସବ କୁମହାସମାରୋହରେ ଶାନ୍ତି, ଶୃଙ୍ଖଳା ସହିତ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ର ପ୍ରସ୍ତୁତି ଜାରିରହିଛି। ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜେନାଖାଲ ପରିଦର୍ଶନରେ ଆସି ଆବଶ୍ୟକ ପ୍ରସ୍ତୁତି ଅନୁଧ୍ୟାନ କରି ଜେନା ଖାଲ ରୁ ମା ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ଛତର ଯାତ୍ରା ପରିକ୍ରମା ପଥ ବୁଲି ଦେଖିଥିଲେ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଜ ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର ୱାନ,
ପ୍ରବେସନରୀ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କସ୍ତୁରୀ ପଣ୍ଡା,ଉପ ଜିଲ୍ଲାପାଳ ପ୍ରଭାତ ପରିଡ଼ା,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏବି ଗୁରୁ ,ଉପ ଆରକ୍ଷୀ ଅଧିକ୍ଷକ ସଦର ସୁନାରାମ ହେମ୍ବ୍ରମ,ତହସିଲଦାର ସୁଭ ସ୍ମିତା ମିଶ୍ର, ଏସ୍ ଇ ପି ଡବ୍ଲ୍ୟୁ ଡି ପ୍ରକାଶ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା,ସତ୍ୟ ସମ୍ପର୍ଣ୍ଣା ରାଉତ, ସହକାରୀ ଜିଲ୍ଲାପାଳ ମମତା ଦାସ,ଆଇ ଆଇ ସି, ସଦର ନରେଶ ପ୍ରଧାନ,ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଅଂଶୁମାନ ବାବୁ,ଉତ୍ସବ ସାହୁ, ସୁବ୍ରତ ବହିଦାର ପ୍ରମୁଖ ଯୋଗଦେଇ ଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

