ନ୍ୟୁଜଗ୍ୟାଲେରି,ଜୁନାଗଡ଼: (ସୁନୀଲ କୁମାର ସିଂହ) ଖୁବ ଶୀଘ୍ର ବଦଳିବାକୁ ଯାଉଛି ଜୁନାଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀଙ୍କ ମନ୍ଦିରର ରୂପରେଖ। ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିରର ପାରିପାର୍ଶ୍ୱକ ଉନ୍ନତି କରଣ ଓ ସୋନ୍ଦଯ୍ୟମୟ ରୂପାନ୍ତରଣ ପାଇଁ ଅଢେଇ କୋଟି ଟଙ୍କା ଅନୁମୋଦନ ହୋଇ ଆସିଛି। ଯାହାକୁ ନେଇଁ ଜୁନାଗଡ଼ ସହର ବାସୀଙ୍କ ମଧ୍ୟରେ ଉସାହ ଦେଖିବାକୁ ମିଳିଛି।
ଏପରିସ୍ଥଳେ ଲଙ୍କେଶ୍ୱରୀ ମନ୍ଦିରର ନିକଟରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ୱାରା ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ ହୋଇଯାଇଛି। ଏହି ସମୟରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଜିଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର,ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର,ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ,ଏହି କାର୍ଯ୍ୟକ୍ରମରେ ବିଜେଡିର ଅନେକ ନିର୍ବାଚିତ ପ୍ରତିନିଧି ସମେତ ବିଭିନ୍ନ ସଙ୍ଘର ସଭାପତି ଉପସ୍ଥିତ ରହିଥିବାବେଳେ ଜୁନାଗଡ଼ ନଗରପାଳ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ନ ରହିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏ ନେଇଁ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟକ୍ରମ ଟି ସରକାରୀ ନା ବେସରକାରୀ ଥିଲା ମୁଁ ଜାଣି ନାହିଁ। ଯଦି ସରକାରୀ ଥିଲା ତାହାହେଲେ ମୋତେ ନିମନ୍ତ୍ରଣ କରା ଯାଇନଥିଲା ବୋଲି କହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

