ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭାରତୀୟ ଜନତା ପାର୍ଟି ଓଡିଶାରୁ ୧୮ଜଣ ପ୍ରାର୍ଥିନୀ ଏବଂ ପ୍ରାର୍ଥିଙ୍କ ନାମ ଘୋଷଣା କରାଯାଇଛି। ସେଥିମଧ୍ୟରୁ କଳାହାଣ୍ଡି ଲୋକ ସଭା ଆସନ ପାଇଁ ପ୍ରଥମ ଥର ଭାବେ ଭାରତୀୟ ଜନତା ପାର୍ଟି ଜଣେ କଳାହାଣ୍ଡି ରାଜ ପରିବାର ରୁ ମହିଳାଙ୍କୁ ଲୋକସଭା ପ୍ରାର୍ଥିନୀ ଭାବେ ଘୋଷଣା କରିଛନ୍ତି।ଏପରିକି କଂଗ୍ରେସ ଓ ବିଜେଡି ମଧ୍ୟ ଏଯାଏଁ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀଭାବେ ମହିଳାଙ୍କୁ ଟିକେଟ ଦେଇନାହାନ୍ତି ।
ରାଜ ପରିବାର ରୁ ପ୍ରଥମ ମହିଳା ଭାବେ ମାଲବିକା କେଶରୀ ଦେଓ ଙ୍କୁ ପ୍ରାର୍ଥୀନୀ କରିଥିବା ରୁ କଳାହାଣ୍ଡି ଜିଲ୍ଲା ଏବଂ ନୂଆପଡା ଜିଲ୍ଲା ର ଭାରତୀୟ ଜନତା ପାର୍ଟି କର୍ମୀମାନେ ବହୁତ ଉତ୍ସାହିତ ହେବାର ଦେଖିବାକୁ ମିଳିଛି। ସେ ହେଉଛନ୍ତି କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କ କେଶରୀଙ୍କ ପତ୍ନୀ ମାଳବିକା କେଶରୀ ଦେଓ।ପୂର୍ବରୁ ରାଜ ପରିବାର ସଦସ୍ୟ ଭାରତୀୟ ଜନତା ପାର୍ଟି ରୁ ପଦପଦବୀରେ ରହି ସେବା କରି ଆସୁଥିବା ଜନସାଧାରଣ ଙ୍କ ମହଲରେ ଚର୍ଚ୍ଚା ହେଉଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

