ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କ୍ଷେତ୍ରିୟ ପାଇକ ସମାଜ ମ.ରାମପୁର ଉପମଣ୍ଡ ଠାରେ ବିଜୟା ଦଶମୀ ନଗର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମ.ରାମପୁର ରାଜ ପରିବାର ରୁ ନୀଳମାଧବ ସିଂଦେଓ ଉପସ୍ଥିତ ରହିଥିଲେ।
ମ.ରାମପୁର ଉପମଣ୍ଡଳ କୂଳସୋଦର ହୃଦାନନ୍ଦ ଧଙ୍ଗଡାମାଝୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ବିଜୟା ଦଶମୀ ରେ ନଗର ପରିଭ୍ରମଣ ଅସ୍ତ୍ର ଶସ୍ତ୍ର ଏବଂ ମଶାଲ ଧରି ପାଇକ ମାନଙ୍କ ପରମ୍ପରା ପ୍ରଦର୍ଶନ ପରିଭ୍ରମଣ କରିଥିଲେ ।ପାଇକ ଛାତ୍ର, ଛାତ୍ରୀ,ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ କୁମେର ପଟା ଉପମଣ୍ଡଳ କୁଳସୋଦର ଓ ମଦନ ପୁର ପଲ୍ଲୀ ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ।ମ ରାମପୁର ଉପମଣ୍ଡଳ ସମ୍ପାଦକ ଲଳିତ ମହାଲିକ,ମଣ୍ଡଳ ସଦସ୍ୟ ଜଗଦା ନନ୍ଦ ପୁଝିରୀ ଏବଂ କ୍ଷେତ୍ରିୟ ପାଇକ ସମାଜ ର ସଦସ୍ୟ ସଦସ୍ୟା ଜନସାଧାରଣ ଯୋଗଦେଇଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

