ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କ୍ଷେତ୍ରିୟ ପାଇକ ସମାଜ ମ.ରାମପୁର ଉପମଣ୍ଡ ଠାରେ ବିଜୟା ଦଶମୀ ନଗର ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମ.ରାମପୁର ରାଜ ପରିବାର ରୁ ନୀଳମାଧବ ସିଂଦେଓ ଉପସ୍ଥିତ ରହିଥିଲେ।
ମ.ରାମପୁର ଉପମଣ୍ଡଳ କୂଳସୋଦର ହୃଦାନନ୍ଦ ଧଙ୍ଗଡାମାଝୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ବିଜୟା ଦଶମୀ ରେ ନଗର ପରିଭ୍ରମଣ ଅସ୍ତ୍ର ଶସ୍ତ୍ର ଏବଂ ମଶାଲ ଧରି ପାଇକ ମାନଙ୍କ ପରମ୍ପରା ପ୍ରଦର୍ଶନ ପରିଭ୍ରମଣ କରିଥିଲେ ।ପାଇକ ଛାତ୍ର, ଛାତ୍ରୀ,ମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ କୁମେର ପଟା ଉପମଣ୍ଡଳ କୁଳସୋଦର ଓ ମଦନ ପୁର ପଲ୍ଲୀ ସଭାପତି ଓ ସମ୍ପାଦକ ଯୋଗ ଦେଇଥିଲେ।ମ ରାମପୁର ଉପମଣ୍ଡଳ ସମ୍ପାଦକ ଲଳିତ ମହାଲିକ,ମଣ୍ଡଳ ସଦସ୍ୟ ଜଗଦା ନନ୍ଦ ପୁଝିରୀ ଏବଂ କ୍ଷେତ୍ରିୟ ପାଇକ ସମାଜ ର ସଦସ୍ୟ ସଦସ୍ୟା ଜନସାଧାରଣ ଯୋଗଦେଇଥିଲେ ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

