କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଜୋନ ନଂ୩ ଅନ୍ତର୍ଗତ ଗଣ୍ଡବାରଝୋଲା ପଞ୍ଚାୟତର ଫୁକଜୁଡି ଗାଁ କୁ ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯାଇ ସେଠାକାର ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ଆଲୋଚନା କରିବା ସହ ତୃଣମୂଳ ସ୍ତରରେ ଦଳର ସଂଗଠନ କିଭଳି ଆହୁରି ମଜବୁତ୍ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଗଣ୍ଡବାରଝୋଲା ଅଞ୍ଚଳରେ ଏକ ବିଏସଏନଏଲ ଟାଓ୍ବାର ସ୍ଥାପନ ପାଇଁ ଜିଲ୍ଲା ଟେଲିକମ ପ୍ରବନ୍ଧକ ଙ୍କ ସହ ଅଲୋଚନା କରିଥିଲେ। ଏତଦ୍ ବ୍ୟତୀତ ଗଣ୍ଡବାରଝୋଲାର ଯୁବକ ମାନଙ୍କ ଆବଶ୍ୟକତା କୁନେଇଗାଁ ର ଖେଳପଡିଆ ବିକାଶ ସମ୍ପର୍କରେ ତହସିଲଦାରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ଗଣ୍ଡବାରଝୋଲା ବିଜେଡି ପଞ୍ଚାୟତ ସଭାପତି ଜଗତ ଶବର, କୁଲିଆମାଲ ପଞ୍ଚାୟତ ସଭାପତି ସୁବାସ ସାହୁ, ବରିଷ୍ଠ ବିଜେଡି ନେତା ରମେଶ ଦାସ, ଜୋନ ନଂ ୩ ଯୁବ ସଭାପତି ମୋହନ ମାଝି, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ରବି ଚନ୍ଦ୍ର ନାଏକ, ଯୁବ ନେତା ରାଜୁ ମାଝୀ ଏବଂ ସ୍ଥାନୀୟ ଜନସାଧାରଣ ଅନୁଷ୍ଠିତ ସଭାରେ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

