କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଜୋନ ନଂ୩ ଅନ୍ତର୍ଗତ ଗଣ୍ଡବାରଝୋଲା ପଞ୍ଚାୟତର ଫୁକଜୁଡି ଗାଁ କୁ ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯାଇ ସେଠାକାର ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ଆଲୋଚନା କରିବା ସହ ତୃଣମୂଳ ସ୍ତରରେ ଦଳର ସଂଗଠନ କିଭଳି ଆହୁରି ମଜବୁତ୍ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଗଣ୍ଡବାରଝୋଲା ଅଞ୍ଚଳରେ ଏକ ବିଏସଏନଏଲ ଟାଓ୍ବାର ସ୍ଥାପନ ପାଇଁ ଜିଲ୍ଲା ଟେଲିକମ ପ୍ରବନ୍ଧକ ଙ୍କ ସହ ଅଲୋଚନା କରିଥିଲେ। ଏତଦ୍ ବ୍ୟତୀତ ଗଣ୍ଡବାରଝୋଲାର ଯୁବକ ମାନଙ୍କ ଆବଶ୍ୟକତା କୁନେଇଗାଁ ର ଖେଳପଡିଆ ବିକାଶ ସମ୍ପର୍କରେ ତହସିଲଦାରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।
ଗଣ୍ଡବାରଝୋଲା ବିଜେଡି ପଞ୍ଚାୟତ ସଭାପତି ଜଗତ ଶବର, କୁଲିଆମାଲ ପଞ୍ଚାୟତ ସଭାପତି ସୁବାସ ସାହୁ, ବରିଷ୍ଠ ବିଜେଡି ନେତା ରମେଶ ଦାସ, ଜୋନ ନଂ ୩ ଯୁବ ସଭାପତି ମୋହନ ମାଝି, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ରବି ଚନ୍ଦ୍ର ନାଏକ, ଯୁବ ନେତା ରାଜୁ ମାଝୀ ଏବଂ ସ୍ଥାନୀୟ ଜନସାଧାରଣ ଅନୁଷ୍ଠିତ ସଭାରେ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

