କଳାହାଣ୍ଡି:ଭବାନୀପାଟଣା, ଗାଁ ଆମ୍ବ ପସରା ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦ, ଉଦ୍ୟାନ କୃଷି, ମିଶନ ଶକ୍ତି, ନାବାର୍ଡ ଏବଂ ଓରମାସ୍ କଳାହାଣ୍ଡି ମିଳିତ ଭାବରେ ଉଦ୍ଧଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ସ୍ଥିତ ମାଉସୀମା ମନ୍ଦିର ପ୍ରାଙ୍ଗଣରେ ଆମ୍ବର ଖୁଚୁରା ଆଉଟଲେଟ ଷ୍ଟୋର ଗାଁ ଆମ୍ବ ପସରାକୁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱିଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଧଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସଚିନ ପାୱାର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଆମ୍ବ ଚାଷୀମାନେ ସେମାନଙ୍କର ଆମ୍ବକୁ ନିଜେ ବିକ୍ରି କରିପାରୁଛନ୍ତି ଏବଂ ଜନସାଧାରଣ ଷ୍ଟଲରୁ ଆମ୍ବ କିଣିବାର ସୁଯୋଗ ପାଇଛନ୍ତି । ଷ୍ଟଲରେ ସୁନ୍ଦରୀ, ଆମ୍ରାପଲୀ, ଦୋଶରୀ, ଲେଙ୍ଗଡ଼ା, ଗୋପାଳଭୋଗ, ମଲ୍ଲୀକା ଆଦି ବିଭିନ୍ନ କିସମର ସ୍ୱାଦିଷ୍ଟ ଆମ୍ବ ଉଚିତ ମୂଲ୍ୟରେ ବିକ୍ରି କରାଯାଉଛି । ଏହି ପ୍ରଦର୍ଶନୀ 23 ରୁ 29 ମଇ 2023 ପର୍ଯ୍ୟନ୍ତ ହେବ। ଆହୁରି ମଧ୍ୟ ଆମ୍ବ ପସରା ବ୍ଲକ୍ ଅଫିସ୍,ଏନ ଏ ସି ଧର୍ମଗଡ଼, ହସ୍ପିଟାଲ୍ ଏବଂ ଏନ ଏ ସି କେସିଙ୍ଗା, ଡେଲି ମାର୍କେଟ ନିକଟସ୍ଥ ଏନ ଏ ସି ଜୁନାଗଡରେ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ଜିଲ୍ଲାର ରାମପୁର, ଲାଞ୍ଜିଗଡ, କୋକସରା, ଧର୍ମଗଡ଼, ଗୋଲାମୁଣ୍ଡା, ଜୁନାଗଡ, ଭବାନୀପାଟଣା, କେସିଙ୍ଗା ବ୍ଲକର ଉତ୍ପାଦକ ଗୋଷ୍ଠୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

