କଳାହାଣ୍ଡି:ରାୟଗଡା ଅମ୍ବାଦଲା, ରେଳ ବିଭାଗ ଉପରେ କୋପ ଦୃଷ୍ଟି ପଡିଛି। କେଉଁଠି ନା କେଉଁଠି ରେଳ ବିଭାଗରେ ସମସ୍ୟା ଦେଖା ଦେଉଛି। ଆଜି ପୁଣି ରାୟଗଡା ଜିଲ୍ଲାର ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ବକସାଇନ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ମାଲବାହୀ ଟ୍ରେନ ଲାଞ୍ଜିଗଡ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ସମୟରେ ତିନୋଟି ବଗି ରେଳ ଧାରଣରୁ ଖସି ପଡିଛି, ଯେଉଁଥିପାଇଁ ରେଳ ଯାତାୟତ ବ୍ୟାହତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଧନଜୀବନର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କ୍ରମାଗତ ଲାଗି ରହିଥିବା ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀ ଏବେ ହରଡଘଣାରେ ପଡିଛନ୍ତି। ଯାତ୍ରୀ ରେଳରେ ଯାତ୍ରା କରିବା ପାଇଁ ଏବେ କୁନ୍ଥୁ କୁନ୍ଥୁ ହେଉଥିବା ଲକ୍ଷ୍ୟ କରାଯାଇଛି। ଯାତ୍ରୀଙ୍କ ଭୟ ଓ ଆତଙ୍କକୁ ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ପଡିବ ବୋଲି ଆଲୋଚନା ଜୋର ଧରିଛି। ତେବେ ରେଳ ବିଭାଗ ପକ୍ଷରୁ ତୁରନ୍ତ ମାଲବାହୀ ଟ୍ରେନକୁ ଲାଇନ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

