କଳାହାଣ୍ଡି:ରାୟଗଡା ଅମ୍ବାଦଲା, ରେଳ ବିଭାଗ ଉପରେ କୋପ ଦୃଷ୍ଟି ପଡିଛି। କେଉଁଠି ନା କେଉଁଠି ରେଳ ବିଭାଗରେ ସମସ୍ୟା ଦେଖା ଦେଉଛି। ଆଜି ପୁଣି ରାୟଗଡା ଜିଲ୍ଲାର ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ବକସାଇନ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ମାଲବାହୀ ଟ୍ରେନ ଲାଞ୍ଜିଗଡ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ସମୟରେ ତିନୋଟି ବଗି ରେଳ ଧାରଣରୁ ଖସି ପଡିଛି, ଯେଉଁଥିପାଇଁ ରେଳ ଯାତାୟତ ବ୍ୟାହତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଧନଜୀବନର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କ୍ରମାଗତ ଲାଗି ରହିଥିବା ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀ ଏବେ ହରଡଘଣାରେ ପଡିଛନ୍ତି। ଯାତ୍ରୀ ରେଳରେ ଯାତ୍ରା କରିବା ପାଇଁ ଏବେ କୁନ୍ଥୁ କୁନ୍ଥୁ ହେଉଥିବା ଲକ୍ଷ୍ୟ କରାଯାଇଛି। ଯାତ୍ରୀଙ୍କ ଭୟ ଓ ଆତଙ୍କକୁ ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ପଡିବ ବୋଲି ଆଲୋଚନା ଜୋର ଧରିଛି। ତେବେ ରେଳ ବିଭାଗ ପକ୍ଷରୁ ତୁରନ୍ତ ମାଲବାହୀ ଟ୍ରେନକୁ ଲାଇନ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

