କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉ କରି ପିକ୍ଅପ୍ ଭ୍ୟାନ୍ (ଓଡି ୩୩ଏସି ୯୧୨୦) ରୁ ୭ କ୍ୱିଣ୍ଟାଲ ୧୩ କେଜି ଗଞ୍ଜେଇ ଜବତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼-ଛତିଗୁଡା ସିକେରକୁପା ଗାଁ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଏହି ଘଟଣା ରେ ପୁରୀ ଜିଲ୍ଲା ଗୋପଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମର ରମେଶ ଜେନା (୩୩)ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୭୯ ଲକ୍ଷ ୩୦ ହଜାର ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅବକାରୀ ମୋବାଇଲ ୟୁନିଟ ର ଏସ୍ଆଇ ଦିଲୀପ କିଣ୍ଡୋ, ନର୍ଲା ଅବକାରୀ ଅଧିକାରୀ ପ୍ରଶାନ୍ତୀ ସ୍ୱାଇଁ, ଏଏସ୍ଆଇ ଭି.ବିଶ୍ୱେଶ୍ୱର ରାଓ, ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ ଅବକାରୀ ବିଭାଗର ପ୍ରମୁଖ ଶାମିଲ ଥିଲେ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ