କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉ କରି ପିକ୍ଅପ୍ ଭ୍ୟାନ୍ (ଓଡି ୩୩ଏସି ୯୧୨୦) ରୁ ୭ କ୍ୱିଣ୍ଟାଲ ୧୩ କେଜି ଗଞ୍ଜେଇ ଜବତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼-ଛତିଗୁଡା ସିକେରକୁପା ଗାଁ ନିକଟରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଏହି ଘଟଣା ରେ ପୁରୀ ଜିଲ୍ଲା ଗୋପଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମର ରମେଶ ଜେନା (୩୩)ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୭୯ ଲକ୍ଷ ୩୦ ହଜାର ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅବକାରୀ ମୋବାଇଲ ୟୁନିଟ ର ଏସ୍ଆଇ ଦିଲୀପ କିଣ୍ଡୋ, ନର୍ଲା ଅବକାରୀ ଅଧିକାରୀ ପ୍ରଶାନ୍ତୀ ସ୍ୱାଇଁ, ଏଏସ୍ଆଇ ଭି.ବିଶ୍ୱେଶ୍ୱର ରାଓ, ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ ଅବକାରୀ ବିଭାଗର ପ୍ରମୁଖ ଶାମିଲ ଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

