ନ୍ୟୁଜଗ୍ୟାଲେରି,ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। କ୍ରିକେଟ ବ୍ୟାଟରେଜଣେ ଯୁବକ ଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ସନ୍ତୋଷ ହାତୀ। ଅନ୍ୟ ଜଣେ ଆହତ ଥିବା ବେଳେ ଅଭିଯୁକ୍ତ ଫେରାର ଅଛି।
ସୂଚନା ଅନୁସାରେ ମେଣ୍ଡା ଗାଁର ସନ୍ତୋଷ ହାତୀଙ୍କ ଘରକୁ ଅଭିଯୁକ୍ତ ଆସିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ସନ୍ତୋଷଙ୍କ ସହିତ ଯୁକ୍ତିତର୍କ କରିଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ଏକ କ୍ରିକେଟ୍ ବ୍ୟାଟରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲା। ସନ୍ତୋଷଙ୍କର ମୁଣ୍ଡକୁ ଲକ୍ଷ୍ୟ କରି ପିଟିପିଟି ଜୀବନ ନେଇଥିଲା। ସନ୍ତୋଷଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଲୋକ ଆକ୍ରମଣର ଶିକାର ହୋଇଥିଲେ। ସେ ଆହତ ଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

