ନ୍ୟୁଜଗ୍ୟାଲେରି,ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। କ୍ରିକେଟ ବ୍ୟାଟରେଜଣେ ଯୁବକ ଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ ସନ୍ତୋଷ ହାତୀ। ଅନ୍ୟ ଜଣେ ଆହତ ଥିବା ବେଳେ ଅଭିଯୁକ୍ତ ଫେରାର ଅଛି।
ସୂଚନା ଅନୁସାରେ ମେଣ୍ଡା ଗାଁର ସନ୍ତୋଷ ହାତୀଙ୍କ ଘରକୁ ଅଭିଯୁକ୍ତ ଆସିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ସନ୍ତୋଷଙ୍କ ସହିତ ଯୁକ୍ତିତର୍କ କରିଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ଏକ କ୍ରିକେଟ୍ ବ୍ୟାଟରେ ସନ୍ତୋଷଙ୍କୁ ଆକ୍ରମଣ କରିଥିଲା। ସନ୍ତୋଷଙ୍କର ମୁଣ୍ଡକୁ ଲକ୍ଷ୍ୟ କରି ପିଟିପିଟି ଜୀବନ ନେଇଥିଲା। ସନ୍ତୋଷଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଲୋକ ଆକ୍ରମଣର ଶିକାର ହୋଇଥିଲେ। ସେ ଆହତ ଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

