ଖେଳ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଉଦ୍ଧଯାପିତ। By Hemant Kumar Ray June 17, 2023June 17, 2023 0 minutes, 0 seconds Read 378 କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ କଳାହାଣ୍ଡି ବ୍ୟାଡ଼ମୀଣ୍ଟନ ସଂଘ ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂଜା ବର୍ମା ଏବଂ ଜିତୁ ନାୟକ ଙ୍କ ସଂଯୋଜନାରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଭିନ୍ନ ବୟସର ଯଥା 13,15,17 ଏବଂ ଝିଅ ମାନଙ୍କ ମଧ୍ୟରେ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବସେବା ବିଭାଗରେ କାର୍ଯ୍ୟରତ ଥିବା ଯୁଗ୍ମ ସମ୍ପାଦକ ଶୁଭ୍ରାଂଶୁ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ । ଏହାପରେ ଜମ୍ମୁ କାଶ୍ମୀର ରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ସହିଦ ହୋଇଥିବା ପାଞ୍ଚଜଣ ଯବାନ ଙ୍କ ଉଦ୍ଦେଶ୍ୟ ରେ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଗ୍ରୀଷ୍ମ ବ୍ୟାଡ଼ମିଣ୍ଟନ ଶିବିର ଅତିଥି ମାନଙ୍କ ଦ୍ୱାରା ଉଦ୍ଧଘାଟନ କରାଯାଇଥିଲା । ନରେଶ ସୁନାନୀଙ୍କୁ ପ୍ରଶିକ୍ଷଣ ପାଇଁ ସଂଘ ପକ୍ଷରୁ ଦାୟିତ୍ୱ ଦିଆଯାଇଅଛି । ଖେଳାଳି ମାନଙ୍କ ଅଭିଭାବକ ମାନଙ୍କୁ ମିଲେଟ ବାବଦରେ କୁଇଜ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେଇ ଥିବା ପ୍ରସତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। କୁଇଜ ଏବଂ ବ୍ୟାଡ଼ମିଣ୍ଟନ ରେ ବିଜୟୀ ହୋଇଥିବା ପୁଅ, ଝିଅ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ ମିଶ୍ର ଏବଂ କୋସାଧ୍ୟକ୍ଷ୍ୟ ସରୋଜ ମହାରଣା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ମନୋରଞ୍ଜନ ଦାସ,ଉପସଭାପତି ସମୀର ସାହୁ, ଉପସଭାପତି ଅରୁଣ ରଥ, ମନୋଜ ପଣ୍ଡା, ରାହୁଲ ଗିଲ, ସାଇ ସିଂ ସାମନ୍ତ, ହେମନ୍ତ ମିଶ୍ର, ରଂଜିତ ସାହୁ, ପରେଶ ପ୍ରଧାନ, ଜିତେନ୍ଦ୍ର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ସଭାପତି ପ୍ରଦୀପ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ । Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଖେଳ ରାଜ୍ୟ ବ୍ୟାଡମିଣ୍ଡନ ସଂଘ (OSBA)ର ସଭାପତି ରୋହିତ ପୂଜାରୀ ଙ୍କୁ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା By Hemant Kumar Ray May 23, 2023May 23, 2023
ଖେଳ ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ରେ କଳାହାଣ୍ଡି ବ୍ୟାଡିମିଣ୍ଟନ ସଂଘ ର ବର୍ଷୀୟ ମିଲେଟ ମିଶନ By Hemant Kumar Ray May 7, 2023May 7, 2023