ଭବାନୀପାଟଣା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ କଳାହାଣ୍ଡି ବ୍ୟାଡ଼ମୀଣ୍ଟନ ସଂଘ ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂଜା ବର୍ମା ଏବଂ ଜିତୁ ନାୟକ ଙ୍କ ସଂଯୋଜନାରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଅବସରରେ ବିଭିନ୍ନ ବୟସ୍କ ଯଥା ୧୩,୧୫,୧୭ ଏବଂ ଝିଅ ମାନଙ୍କ ମଧ୍ୟରେ ବ୍ୟାଡ଼ମୀଣ୍ଟନ ପ୍ରତିଯୋଗିତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବସେବା ବିଭାଗରେ କାର୍ଯ୍ୟରତ ଥିବା ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ ।ଏହାପରେ ଜମ୍ମୁ କାଶ୍ମୀର ରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ସହିଦ ହୋଇଥିବା ପାଞ୍ଚଜଣ ଯବାନ ଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟର ଗୋଟିଏ ନିରବ ପ୍ରାର୍ଥନା କରାଯାଇଥିଲା ।
ଏହାପରେ ଗ୍ରୀଷ୍ମ ବ୍ୟାଡ଼ମିଣ୍ଟନ ଶିବିର ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଅନୁଭବୀ ନରେଶ ସୁନାନୀଙ୍କୁ ପ୍ରଶିକ୍ଷଣ ପାଇଁ ସଂଘ ପକ୍ଷରୁ ଦାୟିତ୍ୱ ଦିଆଯାଇଅଛି । ତାପରେ ଉପସ୍ଥିତ ଥିବା ଖେଳାଳି ଏବଂ ଅଭିଭାବକ ବୃନ୍ଦଙ୍କ ମଧ୍ୟରେ ମିଲେଟ ବାବଦରେ କୁଇଜ ପ୍ରତିଯୋଗିତା କରାଯାଇଥିଲା । ଏହାପରେ ପୁରସ୍କାର ବିତରଣ ଉତ୍ସବରେ କୁଇଜ ଏବଂ ବ୍ୟାଡ଼ମିଣ୍ଟନ ରେ ବିଜୟୀ ହୋଇଥିବା ଖେଳାଡ଼ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ ମିଶ୍ର ଏବଂ କୋସାଧ୍ୟକ୍ଷ୍ୟ ସରୋଜ ମହାରଣା ପରିଚାଳନା କରିଥିଲେ । ସଂଘ ର ମନୋରଞ୍ଜନ ଦାସ,ଉପସଭାପତି ସମୀର ସାହୁ, ଉପସଭାପତି ଅରୁଣ ରଥ, ମନୋଜ ପଣ୍ଡା, ରାହୁଲ ଗିଲ, ସାଇ ସିଂ ସାମନ୍ତ, ହେମନ୍ତ ମିଶ୍ର, ରଂଜିତ ସାହୁ, ପରେଶ ପ୍ରଧାନ, ଜିତେନ୍ଦ୍ର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ ଯୋଗଦେଇଥିଲେ । ସଭାପତି ପ୍ରଦୀପ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

