ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ବି. ଏସ୍.ସି , ବି. ବି. ଏ, ଓ ବି.ସି. ଏ ବିଭାଗର ତୃତାୟ ବର୍ଷର ବିଦ୍ୟାର୍ଥୀ ମାନଙ୍କ ପାଇଁ ବିକାଶ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର , ଏକାଡେମୀକ ଇନ୍ ଚାର୍ଜ ଡି. ବିଜୟା ଏବଂ ମେନେଜ୍ ମେଣ୍ଟ ମେମ୍ବର ଡି.ପଦ୍ମିନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ମାର୍ଗ ଦର୍ଶନ କରିବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ , ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ ମଞ୍ଚାସିନ ରହି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରାଇ ଥିଲେ । ଏହି ସଭାରେ ଡଃ. ଆଦିତ୍ୟ ପଟ୍ଟନାୟକ ଅଧ୍ୟକ୍ଷ ବି. ଏସ.ସି ବିଭାଗ, ସୁଶ୍ରୀ କେ.ଜୟଶ୍ରୀ ଅଧ୍ୟକ୍ଷା ବି.ଏସ .ସି ନର୍ସିଂ ଓ ଡଃ. ସୁଦୀପ୍ତ କୁମାର ଜେନା ଅଧ୍ୟକ୍ଷ ବି. ବି. ଏ ଓ ବି. ସି. ଏ ବିଭାଗ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ । ପରିଶେଷରେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ଅନୁଷ୍ଠାନ ସମସ୍ତ ଅଧ୍ୟାପକ ଅଧ୍ୟାପିକା ପ୍ରଥମ ଓ ଦ୍ବିତୀୟ ବର୍ଷର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ ।
Latest entries
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା
ଜିଲ୍ଲା ଖବରNovember 26, 2025ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକକ୍ରୀଡା ଉତ୍ସବ ପାଳିତ
ଜିଲ୍ଲା ଖବରNovember 24, 2025ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଜିଲ୍ଲା ଖବରNovember 24, 2025ଲକ୍ଷ୍ମୀ ବିକାଶର ବାର୍ଷିକୋତ୍ସବ “ହାର୍ଭେଷ୍ଟ ୨୦୨୫ ” ପାଳିତ

