କଳାହାଣ୍ଡି : ମ.ରାମପୁର ଠାରେ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳିତ ହୋଇଯାଇଛି।କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ପ୍ରାକ୍ ସୁବର୍ଣ୍ଣ ଜୟନ୍ତୀ ବର୍ଷ କ୍ରମରେ ସନ୍ଥ କବି ଭୀମ ଭୋଇ ଜୟନ୍ତୀ ପାଳିନ ଅବସରରେ ଅତିଥିମାନେ ଭୀମ ଭୋଇ ଏକାଧାରରେ ସନ୍ଥ ଓ କବି ସହିତ ଭୀମଭୋଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେବୋଲି ମତ ପୋଷଣ କରିଥିଲେ ।
ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ,ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ,ସମ୍ମାନୀତ ଅତିଥି ମ.ରାମପୁର ପଞ୍ଚାୟତ ସମିତି
ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ,ଯୁବ ଶିଳ୍ପପତି ବିଭୂପ୍ରସାଦ ସାହୁ,ସମ୍ମାନୀତ ବକ୍ତା ଡ଼କ୍ଟର କୌତୁକ ପନ୍ଦର ଯୋଗଦେଇଥି୍ଲେ । ଅନୁଷ୍ଠାନର ସଂପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଭୀମଭୋଇଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା ପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପ୍ରଶାନ୍ତ ଦାଶ,ଝରଣା ପ୍ରଧାନୀ ଏବଂ ଦୀପ୍ତି ରାଣୀ ବାରିକ୍ ଙ୍କ ସଂଯୋଜନାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ପ୍ରାୟ ପଚାଶ ଜଣ କବି ସ୍ୱରଚିତ
କବିତା ଆବୃତ୍ତି କରିଥିଲେ ।
ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ପଞ୍ଚମ ଓ ଷଷ୍ଠ ଶ୍ରେଣୀ ନିମନ୍ତେ କବିତା ଆବୃତି ପ୍ରତିଯୋଗୀତାରେ ଅଂଶିକା ତ୍ରିପାଠୀ,ଅର୍ଚ୍ଚିତା ସାହୁ,ସିଦ୍ଧିସାଇ ବାରିକ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ର କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ
ସିଦ୍ଧାନ୍ତ ଆଚାରୀ,ଜ୍ୟୋର୍ତିମୟୀ ପାଣିଗ୍ରାହୀ,ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା,ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ସୋନମ ଭୋଇ,ଏନ୍ ସ୍ନେହାଶ୍ରିତା ନାଗ,ଶ୍ୱେତପଦ୍ମା ସାହୁ ଯଥାକ୍ରମେ
ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ ପୂର୍ବକ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହେଇଥିଲେ । ସଂସଦର ସହସଂପାଦକ ପରମାନନ୍ଦ ବିଶି ଧନ୍ୟବାଦାର୍ପଣ କରିଥିଲେ । ସମସ୍ତ
କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ସଦସ୍ୟ ପବନ କୁମାର ମହାଲିକ,ମାନସ ରଂଜନ ପ୍ରହରାଜ,ରାକେଶ କୁମାର ଶତପଥୀ,ରିତେଶ କୁମାର ଶତପଥୀ,ଉଦୟ ନାୟକ,ଦିବାକର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

