ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସୁପର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ କ୍ଲବ୍ ଏଣ୍ଡ କ୍ଲବ୍ ଏବଂ ଇଭିନିଙ୍ଗ କ୍ଲବ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଭିନିଙ୍ଗ କ୍ଲବ୍ ୨ଟି ଗୋଲ ଦେଇଥିବା ବେଳେ କ୍ଲବ୍ ଏଣ୍ଡ କ୍ଲବ୍ ୧ଟି ଗୋଲ କରିଥିଲା । ଇଭିନିଙ୍ଗ କ୍ଲବ୍ ୨ଟି ଗୋଲ ଦେଇ ବିଜୟ ହୋଇଛନ୍ତି ।
ମ୍ୟାଚକୁ ପରିଚାଳନା କରିଥିଲେ ରେଫରୀ ଦେବେନ୍ଦ୍ର ରାଉତ, ଉଦ୍ଧବ ମାଝୀ, ପି.ଭି.ରାଓ, ଏମ୍. ଡି. ଅବଦୁଲ କାଦିର । ଜିଲ୍ଲା କ୍ରିଡାର ସାଧାରଣ ସଂପାଦକ ତଥା ଓଡିଶା ଅଲମ୍ପିକ ଏସୋସିଏସନ୍ର ସଭାପତି ଜଗମୋହନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଯୁଗ୍ମ ସଂପାଦକ ସୁନୀଲ କୁମାର ବେହେରା, କାଳୀ ପ୍ରସାଦ ପଟ୍ଟନାୟକ, ଅଜୟ ପଟ୍ଟନାୟକ, ନାରଦ ବାଗ, ନିର୍ମଳ ସିଂ,ଅଶୋକ ବାଗ, ସଂଜୀବ ନାୟକ, ଭବାନୀ ପଟ୍ଟନାୟକ, ସୁରେଶ ଗଉଡ,ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

