ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସୁପର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ କ୍ଲବ୍ ଏଣ୍ଡ କ୍ଲବ୍ ଏବଂ ଇଭିନିଙ୍ଗ କ୍ଲବ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଭିନିଙ୍ଗ କ୍ଲବ୍ ୨ଟି ଗୋଲ ଦେଇଥିବା ବେଳେ କ୍ଲବ୍ ଏଣ୍ଡ କ୍ଲବ୍ ୧ଟି ଗୋଲ କରିଥିଲା । ଇଭିନିଙ୍ଗ କ୍ଲବ୍ ୨ଟି ଗୋଲ ଦେଇ ବିଜୟ ହୋଇଛନ୍ତି ।
ମ୍ୟାଚକୁ ପରିଚାଳନା କରିଥିଲେ ରେଫରୀ ଦେବେନ୍ଦ୍ର ରାଉତ, ଉଦ୍ଧବ ମାଝୀ, ପି.ଭି.ରାଓ, ଏମ୍. ଡି. ଅବଦୁଲ କାଦିର । ଜିଲ୍ଲା କ୍ରିଡାର ସାଧାରଣ ସଂପାଦକ ତଥା ଓଡିଶା ଅଲମ୍ପିକ ଏସୋସିଏସନ୍ର ସଭାପତି ଜଗମୋହନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଯୁଗ୍ମ ସଂପାଦକ ସୁନୀଲ କୁମାର ବେହେରା, କାଳୀ ପ୍ରସାଦ ପଟ୍ଟନାୟକ, ଅଜୟ ପଟ୍ଟନାୟକ, ନାରଦ ବାଗ, ନିର୍ମଳ ସିଂ,ଅଶୋକ ବାଗ, ସଂଜୀବ ନାୟକ, ଭବାନୀ ପଟ୍ଟନାୟକ, ସୁରେଶ ଗଉଡ,ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

