ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଧଯାପିତ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଆସନ ଏବଂ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଚତୁର୍ଥ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି। ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ସମ୍ପୂର୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା ସମ୍ମାନିତ ଅତିଥି ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ଓ କାଉନସିଲର ପ୍ରମିତ ସିଂ ଯୋଗ ଦେଇଥିଲେ। ସମସ୍ତ ବିଭାଗ ର ଫାଇନାଲ ଅନୁଷ୍ଠିତ ହୋଇଥିଲା। ୧୧ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଭିଭାନ ବୈଭବ ସାହୁ ଚାମ୍ପିଅନ ଓ ପିୟୁସ ବାଗ ରନର୍ସ,୧୩ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ସ୍ୱସ୍ତିକ ପଣ୍ଡା ଚାମ୍ପିଅନ ଓ ଯସକରଣ ସିଂ ରନର୍ସ ଓ ୧୩ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ ର ଦିଗବିଜୟ ସିଂ ଓ ଚନ୍ଦ୍ରଶେଖର ଶର୍ମା ଚାମ୍ପିଅନ ଓ ଭବାନୀପାଟଣା ର ସ୍ୱସ୍ତିକ ପଣ୍ଡା ଓ ଯସକରଣ ସିଂ ରନର୍ସ, ୧୭ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ଭବାନୀପାଟଣାର ଆୟୁଷମାନ ମୁନି ଚାମ୍ପିଅନ ଓ ଜୁନାଗଡ଼ ର ମାନବ ନାଏକ ରନର୍ସ, ୧୭ ବର୍ଷରୁ କମ ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଜୁନାଗଡ଼ର ଭାରତ ସୁନାନୀ ଓ ନୟନ ସୁନାନୀ ଚମ୍ପିୟାନ ଓ ଧର୍ମଗଡ଼ର ସୌରଭ ସେଠିଆ ଓ ସୁଧୀର ନିଆଲ ରନର୍ସ, ପୁରୁଷ ବିଭାଗ ଏକକ ପ୍ରତିଯୋଗିତାରେ ଭବାନୀପାଟଣା ର ଦେବଦତ୍ତ ବାଣୁଆ ଚମ୍ପିୟାନ ଓ ଅର୍ପିତ ପଣ୍ଡା ରନର୍ସ, ପୁରୁଷ ବିଭାଗ ଯୁଗଳ ପ୍ରତିଯୋଗିତାରେ ଭବାନୀପାଟଣା ର ଦେବଦତ୍ତ ବାଣୁଆ ଓ ସିବାଶିଷ ବିଶି ଚାମ୍ପିଅନ, ଅବିନାଶ ବାବୁ ଓ ଅନିସ ହାସଦା ରନର୍ସ,ମହିଳା ବିଭାଗରେ ଜୁନାଗଡ଼ର ଚୁମକି ଭଞ୍ଜ ଚାମ୍ପିଅନ ଓ ପ୍ରଜ୍ଞା ପରିମିତା ସୋନି ରନର୍ସ,ମିଶ୍ରିତ ଯୁଗଳ ରେ ଭବାନୀପାଟଣାର ଦେବଦତ୍ତ ବାଣୁଆ ଓ ପ୍ରମିଳା ଶବର ଚାମ୍ପିଅନ ଓ ଜୁନାଗଡ଼ର ନରେଶ୍ୱର ସୁନାନୀ ଓ ଚୁମକି ଭଞ୍ଜ
ରନର୍ସ,୩୫ ବର୍ଷ ରୁ ଅଧିକ ପୁରୁଷ ବିଭାଗର ଯୁଗଳ ରେ ଭବାନୀପାଟଣାର ହମିଦ ବାଗ ଓ ରୋମାଞ୍ଚଳ ସରାଫ ଚାମ୍ପିଅନ ଓ ଭବାନୀପାଟଣା ର ସନ୍ଦିପ ଦାସ ଜୁନାଗଡ଼ ର ନରେଶ୍ୱର ସୁନାନୀ ରନର୍ସ ହୋଇଛନ୍ତି।
ସମସ୍ତ କୃତି ଖେଳାଳିମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ ଆସିଥିବା କ୍ରୀଡା ଶିକ୍ଷକ ଓ ରାଜ୍ୟ ସଂଘ ଅନୁମୋଦିତ ବୈଷୟିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।ଏହି ପୁରସ୍କାର ବିତରଣ ଉତ୍ସବ ରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସମୀର କୁମାର ସାହୁ ପ୍ରତିଯୋଗିତାର ମୁଖ୍ୟ ରେଫରି ଭାବେ କାର୍ଯ୍ୟ ତୁଲାଇଥିଲେ ଓ ତାଙ୍କୁ ସହଯୋଗ କରିଥିଲେ ଦୀପକ ସାଗର କୁମାର, ଜିତେନ୍ଦ୍ର ମିଶ୍ର,ରାକେଶ ବେମାଲ,ଅନିସ ହାସଦା,ସୁମନ ପାଣିଗ୍ରାହୀ ।ସମସ୍ତ କାର୍ଯ୍ୟକ୍ରମକୁ ସାଙ୍ଗଠନିକ ସମ୍ପାଦକ ସରୋଜ ମହରଣା ସଂଘର କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱମାନ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଂଘ ର ସଭାପତି ପ୍ରଦୀପ ଦାସ, ଉପସଭାପତି ଅରୁଣ ରଥ ରାଜ୍ୟ ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ,ସନ୍ଦିପ ମିଶ୍ର, ପୂର୍ବତନ ସଭାପତି ଶ୍ୟାମାପ୍ରସାଦ ବାବୁ,ଭେଟେରାନ ଖେଳାଳି ଭୀମସେନ ସାହୁ, ସାଇ କୁମାର ସିଂ ସାମନ୍ତ ଙ୍କୁ ଉତ୍ତମ ସ୍ବେଛାସେବୀ ଭାବରେ ସମ୍ମାନିତ କରାଯାଇଥିଲା।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts