କଳାହାଣ୍ଡି ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ୧୯ବର୍ଷରୁ କମ ବୟସ ର ରାଜ୍ୟ ସ୍ତରୀୟ ବ୍ୟାଡିମିନଣ୍ଟନ ପ୍ରତିଯୋଗିତାର ଉଦ୍ଧଜାପିତ ହୋଇଯାଇଛି।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ଅନୁବନ୍ଧିତରେ ଜିଲ୍ଲା ପ୍ରଶାସନର ସହଯୋଗରେ ତିନି ଦିନ ଧରି ଚାଲିଥିବା ୧୯ବର୍ଷରୁ କମ ବୟସର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା, ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଉଦ୍ଧଯାପିତ ହୋଇଯାଇଅଛି । ଏହି ଉଦ୍ଧଯାପନୀ ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ମାନ୍ୟବର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗ ଦେଇ ବିଭିନ୍ନ କୃତି ଖେଳାଳିମାନଙ୍କୁ ପୁରସ୍କାରତ କରିଥିଲେ । ଏହି କାର୍ଯ୍ୟକ୍ରମ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସମ୍ପାଦକ ନିଲିନ କୁମାର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ସି ଓ ସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଇଣ୍ଡିଆନ ପୋଟାସ ଲିମିଟେଡ଼ ର ପ୍ରକଳ୍ପ ମୁଖ୍ୟ ଦୁର୍ଗା ପ୍ରସାଦ ଦ୍ବିବେଦୀ, ସ୍ୱାଗତ ଆଇ ଟି ସି ର ପରିଚାଳନା ନିର୍ଦ୍ଧେଶିକା ପ୍ରୀତି ପଟ୍ଟନାୟକ, କୋସାଧ୍ୟକ୍ଷ ପ୍ରଦୀପ ମହାନ୍ତି, ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର ଚୌଧୁରୀ, ଶିବମ ଅଗ୍ରୱାଲ, ସୁରେଶ ମହାନନ୍ଦ ପ୍ରମୁଖ ମଞ୍ଚାସିନା ରହିଥିଲେ । ସୂଚନାଥାଉକି ଯେ ପ୍ରତିଯୋଗିତାଟିକୁ ଅନୁଷ୍ଠାନିକ ଭାବରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଗତ 27 ତାରିଖରେ ଉଦ୍ଧଘାଟନ କରିଥିବାବେଳେ ଗତକାଲି ଦ୍ଵିତୀୟ ରେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଓ ସମାଜସେବୀ ଶର୍ମିଷ୍ଠା ନାୟକ ଅତିଥି ଭାବରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସହିତ କରିଥିଲେ । ୨୦ବର୍ଷର ବ୍ୟବଧାନ ପରେ ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଭବାନୀପାଟଣା ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆନୁକୂଲ୍ୟରେ ହେଉଥିବାରୁ ସଂଘର ସମସ୍ତ କର୍ମକର୍ତ୍ତା ବହୁତ ଉତ୍ସIହିତ ରହିଥିଲେ ଏବଂ ସଂଘର ସଭାପତି ପ୍ରଦୀପ ଦାସ ଏହି ସୁଯୋଗର ଦାୟିତ୍ୱ ପ୍ରଦାନ କରିଥିବାରୁ ରାଜ୍ୟ ସମ୍ପାଦକ ନିଲିନ କୁମାରଙ୍କୁ କଳାହାଣ୍ଡିବାସୀ ତରଫରୁ ଅଶେଷ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ । ସାଂସଦ ସୁଜିତ କୁମାର ଆଗାମୀ ଦିନରେ କଳାହାଣ୍ଡି ରେ ବ୍ୟାଡ଼ମିଣ୍ଟନ ର ବ୍ୟାପକ ବିକାଶ ନେଇ ଆଶାବାଦୀ ରଖିଥିଲେ ଏବଂ ଭବାନୀପାଟଣା ଠାରେ ଗୋଟିଏ ଆନ୍ତଜାତୀୟ ଇଣ୍ଡୋର ଷ୍ଟାଡିଅମ, ସାଇ ଏକାଡେମୀର ଅନ୍ୟତମ ଶାଖା ପଶ୍ଚିମ ଓଡିଶାର ଭବାନୀପାଟଣା ଠାରେ ଖୋଲାଯିବା ନେଇ ପ୍ରଚେଷ୍ଟା କରିବେ ବୋଲି ଅଭିଭାଷଣ ରଖିବା ସହ କଳାହାଣ୍ଡିର ଯେ କୌଣସି କୃତି ଖେଳାଳି ର ପ୍ରଶିକ୍ଷଣ ପାଇଁ ଆର୍ଥିକ ସାହାର୍ଯ୍ୟର ଅଭାବ ରହିବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ସଂଘର ସଭାପତି ତଥା ଆୟୋଜକ କମିଟିକୁ ଅଶେଷ ଧନ୍ୟବାଦ ଦେଇ ପ୍ରତିଯୋଗିତା ରେ ଭାଗ ନେଇଥିବା ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ତାଙ୍କର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ତିନୋଟି ଅନୁନ୍ନ୍ନତ ବ୍ଲକ ବିଶ୍ୱନାଥପୁର, ଥୁଆମୂଳରାମପୁର, ଜୟପାଟଣା ଠାରେ ଗୋଟିଏ ଲେଖାଏଁ ମିନି ଇଣ୍ଡୋର ହଲ କରିବା ଦିଗରେ ପ୍ରଚେଷ୍ଟା ରହିବ ବୋଲି ବକ୍ତବ୍ୟ ରଖିଥିଲେ । ସଭାପତି ପ୍ରଦୀପ ଦାସ ଙ୍କ ନେତୃତ୍ୱ ରେ ତିନି ଦିନ ବ୍ୟାପୀ ଚାଲିଥିବା ପ୍ରତିଯୋଗିତା ରେ ସମ୍ପାଦକ ସନ୍ଦୀପ ମିଶ୍ର, ଉପସଭାପତି ଅରୁଣ ରଥ ତଥା ସମସ୍ତ କର୍ମକର୍ତ୍ତା ସରୋଜ ମହାରଣା, ଦୀପକ ସାଗର କୁମାର, ସମୀର ସାହୁ, ମହେଶ କୁକରେଜା, ସାଇ ସିଂ ସାମନ୍ତ, ଶକ୍ତି ପ୍ରସାଦ ଯୋଶୀ, ରବି ସାହୁ, ସନ୍ଦୀପ ଦାସ, ସଞ୍ଜୟ ମଲ୍ଲିକ, ଅରୁଣ କୁମାର ସାହୁ, ପରେଶ ପ୍ରଧାନ, ମନୋଜ ପଣ୍ଡା, ଶୋଭନ ଦତ୍ତ, ଅମିତ ଜୈନ, ଗୌରୀ ବିଶି, ଦେବରାଜ ଛତ୍ରିଆ, ନରେନ୍ଦ୍ର ଦାଶ, ସୁନୀଲ ଅଗ୍ରୱାଲ, ଅଶୋକ ପଣ୍ଡା, ଅଶୋକ ପତୀ, ହେମନ୍ତ ମିଶ୍ର, ପାର୍ଥବ ସାହୁ, ନାଗେଶ୍ୱର ପଟ୍ଟନାୟକ, ରଂଜିତ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com