ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ କୁ ସଭାପତି ଧନଞ୍ଜୟ ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାର ୧୩ଟି ବ୍ଳକ ଓ ୩ଟି ଏନ୍ ଏସି ଗୋଟିଏ ମ୍ୟୁନିସିପାଲିଟି ର ଫେଡରେସନ ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
ପ୍ରଥମେ ଭବାନୀପାଟଣା କଲେଜ୍ ଛକ ଠାରୁ ଏକ ବାଇକ ରେଲି କରି ସହର ପରିକ୍ରମା କରି ଟାଉନ ହଲ ରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଭବାନୀପାଟଣା ବ୍ଲକ ସଭାପତି ସୂର୍ଯ୍ୟ ଦେବ ବାଗ, ଜିଲ୍ଲା ଉପସଭାପତି ବିନ୍ଦୁ ମହାନନ୍ଦ,ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ,ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ,ଗିରିଜା ବେହେରା,ଶ୍ରୀକାନ୍ତ ଛାତ୍ରୀଆ,କେସିଙ୍ଗା ବ୍ଲକ ସଭାପତି ତେଜରାଜ ବେହେରା,ଜୁନାଗଡ଼ ବ୍ଳକ ସଭାପତି ମହାଦେବ ବାଗ,ବଳରାମ ଦୁର୍ଗା, ଦୟାନିଧି ନିଆଲ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।ସାଧାରଣ ସମ୍ପାଦକ ଯତୀନ୍ଦ୍ର କର ମଞ୍ଚ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

