ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ଅଲ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ର ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ କୁ ସଭାପତି ଧନଞ୍ଜୟ ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାର ୧୩ଟି ବ୍ଳକ ଓ ୩ଟି ଏନ୍ ଏସି ଗୋଟିଏ ମ୍ୟୁନିସିପାଲିଟି ର ଫେଡରେସନ ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।
ପ୍ରଥମେ ଭବାନୀପାଟଣା କଲେଜ୍ ଛକ ଠାରୁ ଏକ ବାଇକ ରେଲି କରି ସହର ପରିକ୍ରମା କରି ଟାଉନ ହଲ ରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଭବାନୀପାଟଣା ବ୍ଲକ ସଭାପତି ସୂର୍ଯ୍ୟ ଦେବ ବାଗ, ଜିଲ୍ଲା ଉପସଭାପତି ବିନ୍ଦୁ ମହାନନ୍ଦ,ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ,ଜିଲ୍ଲା ସମ୍ପାଦକ ଜୟପ୍ରକାଶ ଜାଲ,ଗିରିଜା ବେହେରା,ଶ୍ରୀକାନ୍ତ ଛାତ୍ରୀଆ,କେସିଙ୍ଗା ବ୍ଲକ ସଭାପତି ତେଜରାଜ ବେହେରା,ଜୁନାଗଡ଼ ବ୍ଳକ ସଭାପତି ମହାଦେବ ବାଗ,ବଳରାମ ଦୁର୍ଗା, ଦୟାନିଧି ନିଆଲ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।ସାଧାରଣ ସମ୍ପାଦକ ଯତୀନ୍ଦ୍ର କର ମଞ୍ଚ ପରିଚାଳନା କରିଥିଲେ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ