କଳାହାଣ୍ଡି:ଭବାନୀପାଟଣା, ଆସନ୍ତା ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟେଡିୟମ୍ ଠାରେ ୨୯ତମ ରାଜ୍ୟ ଉଷୁ ପ୍ରତିଯୋଗିତା ପାଇଁ ଅନୁଗୁଳ ଜିଲ୍ଲା ଉଷୁ ସଂଘ ଦ୍ଵାରା ଆୟୋଜନ କରାଯାଉଛି । ଯାହା ଅନୁଗୁଳ ଜିଲ୍ଲା ପ୍ରଶାସନଙ୍କ ସହଯୋଗ ଏବଂ ଉଷୁ ସଂଘ ଓଡିଶା ନୂତନ ଅଧ୍ୟକ୍ଷ ଇଂ . ଏସ୍ . ଏସ୍ . ହରିଚନ୍ଦନ , ଟେକ୍ନିକାଲ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ବେହେରା , ସଭାପତି ଡ . ବିଷ୍ଣୁ ମୋହନ ମହାନ୍ତି , ଉପ ସଭାପତି ପୃଥ୍ବୀରାଜ ହରିଚନ୍ଦନ , ସାଧାରଣ ସଂପାଦକ ଇଂ . ଯୁବରାଜ ହରିଚନ୍ଦନ , ଯୁଗ୍ମ ସଂପାଦକ ଅନୁରାଧା ଦୋରା , କୋଷାଧ୍ୟକ୍ଷ ସ୍ଵରୂପା ବେହେରାଙ୍କ ଅନୁଧ୍ୟାନରେ ରାଜ୍ୟ ଉଷୁ ଦ୍ଵାରା ସିକୃତିପ୍ରାପ୍ତ ପ୍ରତିଯୋଗିତାରେ ସମସ୍ତ ଜିଲ୍ଲାରୁ ଉଷୁ ଖେଳାଳି ମାନେ ଭାଗନେବେ । ସେଥୁମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ୩ ଉଷୁ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ଭୁମିତ୍ ଭରଦ୍ଵାଜ ଭୋଇ ଏବଂ ପୃଥ୍ବୀରାଜ ଉରାଶଙ୍କର ତାଉଲୁ ଇଭେଣ୍ଟରେ ଭାଗନେବାକୁ ଥିବା ବେଳେ ବାର୍ଗୀସ୍ ନାଏକ ଫାଇଟିଙ୍ଗ ଇଭେଣ୍ଡ ( ସାଣ୍ଡା ) ୨୦ କେଜି ୭ ବର୍ଷ ବୟସ ବିଭାଗରେ ଭାଗନେବେ । ଉଷୁ ସଂଘର ସଭାପତି ଜତିନ୍ଦ୍ର ସାହୁ ଓ ସାଧାରଣ ସଂପାଦକ ଏବଂ କୋଚ୍ କୃଷ୍ଣଚନ୍ଦ୍ର ସାହୁ ଖେଳାଳି ମାନଙ୍କୁ ସୁଭେଚ୍ଛା ଜଣାଇବା ସହ ସୂଚନା ଦେଇଛନ୍ତି । ଏହି ଖେଳାଳି ମାନେ ଆଗକୁ ଖେଳି ଜିଲ୍ଲା ପାଇଁ ଗୌରବ ଆଣିବେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

