କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ନୂତନବସଷ୍ଟାଣ୍ଡ ରେ ନାହିଁ ନଥିବା ଅସୁବିଧା

0 minutes, 0 seconds Read

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ପୁରୁଣାବସଷ୍ଟାଣ୍ଡକୁ ଭାଙ୍ଗି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ହେଲେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନ ଥିବା ବେଳେ କେବଳ୬ଟି ଚୌକି ରେ ସୀମିତ ରହିଛି।ଏହି ବାସ ଷ୍ଟାଣ୍ଡ ୧କ କୋଟି ରୁ ଉଦ୍ଧ ଟଙ୍କାରେ ନିର୍ମିତ ହୋଇ ଜନସାଧାରଣ ଙ୍କ ପାଇଁ କୋଣସି ସୁବିଧା ନଥିବା ଦେଖିବାକୁମିଳିଛି। ପରବର୍ତ୍ତୀ ସମୟରେ ଏକ କାମଚଳା ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ଏହି ଛୋଟ ବସଷ୍ଟାଣ୍ଡ ଭିତରକୁ ଅନେକ ବସ ଯିବା ଆସିବା କରିବା ସହିତ ଯାତ୍ରୀ ଅପେକ୍ଷା କରିବା ପାଇଁ ମଧ୍ୟ ସମସ୍ତ ସୁବିଧା କରାଯାଇଥିଲା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସେହି ବସଷ୍ଟାଣ୍ଡକୁ ଭାଙ୍ଗି ନୂତନ ବସଷ୍ଟାଣ୍ଡ ନିର୍ମାଣ କରିଛନ୍ତି । ଏହି ବସଷ୍ଟାଣ୍ଡ ୧ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା କିନ୍ତୁ ନୂତନ ବସଷ୍ଟାଣ୍ଡର ଭୁଲ ଡିଜାଇନ ଯୋଗୁଁ ଯାତ୍ରୀ ଏବେ ହନ୍ତସନ୍ତ ହେଉଛନ୍ତି । ବସଷ୍ଟାଣ୍ଡ ଛୋଟ ଏବଂ ଦୋକାନ ଗୃହ ଅଧିକ ନିର୍ମାଣ କରାଯାଇଛି । କେବଳ ମାତ୍ର ୬ ଜଣ ଯାତ୍ରୀ ବସିବା ପାଇଁ ଚୌକି ସୁବିଧା ଅଛି । ଏବେବି ଅନେକ ଯାତ୍ରୀ ଖରା ବର୍ଷା ରେ ଛିଡା ହୋଇ ବସ କୁ ଅପେକ୍ଷା କରୁଛନ୍ତି । ନା ଅଛି ପାଣିର ସୁବିଧା ,ନା ଅଛି ବସିବାର ସୁବିଧା । ପୁରୁଷ ଓ ମହିଳା ଶୌଚାଳୟ ନିର୍ମାଣ ହୋଇଛି ହେଲେ ନିର୍ମାଣ ହେବା ଦିନ ଠାରୁ ତାଲା ପଡ଼ିଛି । ଟିକେ ବର୍ଷା ହେଲେ ଏହି ବସଷ୍ଟାଣ୍ଡ ପାଣିରେ ବୁଡି ରହୁଛି । ସବୁଠୁ ଦୁଃଖର ବିଷୟ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସରି ନାହିଁ, ହେଲେ ତରବାରିଆ ଭାବେ ଏହି ଅଧପନ୍ତରିଆ ବସଷ୍ଟାଣ୍ଡକୁ ଉଦଘାଟନ କରିଦିଆଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ମାଣ କାମ ସରି ପାରୁନାହିଁ ।ଏଥିନେଇ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଚୁ ରହୁଥିବା ଦେଖିବାକୁ ମିଳୁଛି।ବର୍ତମାନ ଏହି ବସ୍ ଷ୍ଟାଣ୍ଡ କେବଳ ରାଜ୍ୟ ପରିବହନ ବିଭାଗର ରାଜସ୍ୱ ପାଇଁ ନା ଏହି ଅଂଚଳ ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts