କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ପୁରୁଣାବସଷ୍ଟାଣ୍ଡକୁ ଭାଙ୍ଗି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ହେଲେ ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ନ ଥିବା ବେଳେ କେବଳ୬ଟି ଚୌକି ରେ ସୀମିତ ରହିଛି।ଏହି ବାସ ଷ୍ଟାଣ୍ଡ ୧କ କୋଟି ରୁ ଉଦ୍ଧ ଟଙ୍କାରେ ନିର୍ମିତ ହୋଇ ଜନସାଧାରଣ ଙ୍କ ପାଇଁ କୋଣସି ସୁବିଧା ନଥିବା ଦେଖିବାକୁମିଳିଛି। ପରବର୍ତ୍ତୀ ସମୟରେ ଏକ କାମଚଳା ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ଏହି ଛୋଟ ବସଷ୍ଟାଣ୍ଡ ଭିତରକୁ ଅନେକ ବସ ଯିବା ଆସିବା କରିବା ସହିତ ଯାତ୍ରୀ ଅପେକ୍ଷା କରିବା ପାଇଁ ମଧ୍ୟ ସମସ୍ତ ସୁବିଧା କରାଯାଇଥିଲା ।
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସେହି ବସଷ୍ଟାଣ୍ଡକୁ ଭାଙ୍ଗି ନୂତନ ବସଷ୍ଟାଣ୍ଡ ନିର୍ମାଣ କରିଛନ୍ତି । ଏହି ବସଷ୍ଟାଣ୍ଡ ୧ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା କିନ୍ତୁ ନୂତନ ବସଷ୍ଟାଣ୍ଡର ଭୁଲ ଡିଜାଇନ ଯୋଗୁଁ ଯାତ୍ରୀ ଏବେ ହନ୍ତସନ୍ତ ହେଉଛନ୍ତି । ବସଷ୍ଟାଣ୍ଡ ଛୋଟ ଏବଂ ଦୋକାନ ଗୃହ ଅଧିକ ନିର୍ମାଣ କରାଯାଇଛି । କେବଳ ମାତ୍ର ୬ ଜଣ ଯାତ୍ରୀ ବସିବା ପାଇଁ ଚୌକି ସୁବିଧା ଅଛି । ଏବେବି ଅନେକ ଯାତ୍ରୀ ଖରା ବର୍ଷା ରେ ଛିଡା ହୋଇ ବସ କୁ ଅପେକ୍ଷା କରୁଛନ୍ତି । ନା ଅଛି ପାଣିର ସୁବିଧା ,ନା ଅଛି ବସିବାର ସୁବିଧା । ପୁରୁଷ ଓ ମହିଳା ଶୌଚାଳୟ ନିର୍ମାଣ ହୋଇଛି ହେଲେ ନିର୍ମାଣ ହେବା ଦିନ ଠାରୁ ତାଲା ପଡ଼ିଛି । ଟିକେ ବର୍ଷା ହେଲେ ଏହି ବସଷ୍ଟାଣ୍ଡ ପାଣିରେ ବୁଡି ରହୁଛି । ସବୁଠୁ ଦୁଃଖର ବିଷୟ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସରି ନାହିଁ, ହେଲେ ତରବାରିଆ ଭାବେ ଏହି ଅଧପନ୍ତରିଆ ବସଷ୍ଟାଣ୍ଡକୁ ଉଦଘାଟନ କରିଦିଆଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ମାଣ କାମ ସରି ପାରୁନାହିଁ ।ଏଥିନେଇ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଚୁ ରହୁଥିବା ଦେଖିବାକୁ ମିଳୁଛି।ବର୍ତମାନ ଏହି ବସ୍ ଷ୍ଟାଣ୍ଡ କେବଳ ରାଜ୍ୟ ପରିବହନ ବିଭାଗର ରାଜସ୍ୱ ପାଇଁ ନା ଏହି ଅଂଚଳ ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

