କଳାହାଣ୍ଡି,କେସିଙ୍ଗା (ତୁମେଶ୍ୱର ସାହୁ) ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଜିଲ୍ଲାକମିଟି ନିର୍ଦ୍ଦେଶ କ୍ରମେ କେସିଙ୍ଗା ବ୍ଲକ ବାଲସି ମଣ୍ଡଳ ର ନୂତନ କର୍ମକର୍ତ୍ତା ବାଲସି ସ୍ଥିତ କଲ୍ୟାଣ ମଣ୍ଡପ ପରିସରମଧ୍ୟରେ ଅସ୍ଥାୟୀ ସଭାପତି ଚକ୍ରଧର ସାହୁ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ମନୋହର ସାହୁ,ଉପ-ସଭାପତି କୁମର ମଣି ସାହୁ,ସାଧାରଣ ସମ୍ପାଦକ ଅଶ୍ୱନି କୁମାର ସାହୁ,ଯୁଗ୍ମ-ସମ୍ପାଦକ ନରେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଲୀଳା ସାଗର ସାହୁଙ୍କ ସମେତ ସଭ୍ୟ ବରିଷ୍ଠ ସାମ୍ବାଦିକ ତୁମେଶ୍ୱର ସାହୁ ,ପଦ୍ମନାଭ ସାହୁ, କୈବଲ ସାହୁ,ଚୌଧାରୀ ସାହୁ,ବିରେନ୍ଦ୍ର ସାହୁ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।
ଏଥିରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସାହୁ ସମାଜ ର ନେଗୀ କୋଦଣ୍ଡ ସାହୁ ,କାର୍ଜି କିଶନ ସାହୁ,ବିରଞ୍ଚି ସାହୁ,ବାଲସି ଗ୍ରାମ୍ୟ କମିଟି ର ସଭାପତି ନକୁଳ ସାହୁ,ସମ୍ପାଦକ ଫକୀର ସାହୁ ଙ୍କ ମିଳିତ ଉଦ୍ୟମ ରେ ନବନିର୍ବାଚିତ ପ୍ରତିନିଧି ଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଯୁବରାଜ ସାହୁ,ସହ ସମ୍ପାଦକ ସୁଲପାଣି ସାହୁ ଯୋଗଦେଇ ଥିଲେ।ନବ ନିର୍ବାଚିତ ପ୍ରତିନିଧି ମାନେ ଆଗାମୀ ଦିନରେ ବାଲସି ମଣ୍ଡଳ ର ସାହୁ ସମାଜ ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଦିଗରେ ଧ୍ୟାନ ଦେବା ସହ ସାହୁ ସମାଜର ନୀତିନିୟମ ,ଅନୁସରଣ କରିବା ସହ ଅଗ୍ରଗତି ଦିଗରେ ଦୃଷ୍ଟି ଦେବାପାଇଁ ସମସ୍ତେ ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ବ୍ଲକ ର କେସିଙ୍ଗା ଏନଏସି,ସମେତ କନ୍ତେଶିର,ଶିରୋଲ,ପରଲସିଙ୍ଗା, ବାଲସି ଗ୍ରାମ ପଞ୍ଚାୟତ ର ଶତାଧିକ ସାହୁ ସମାଜ ର ସଦସ୍ୟଉପସ୍ଥିତ ହୋଇ ନିଜସ୍ୱ ମତାମତ ଦେଇଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

