କେସିଙ୍ଗା ସାହୁ ସମାଜ ବାଲସି ମଣ୍ଡଳ ର ନୂତନ କର୍ମକର୍ତ୍ତା ଚୟନ

0 minutes, 0 seconds Read

କଳାହାଣ୍ଡି,କେସିଙ୍ଗା (ତୁମେଶ୍ୱର ସାହୁ) ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ ଜିଲ୍ଲାକମିଟି ନିର୍ଦ୍ଦେଶ କ୍ରମେ କେସିଙ୍ଗା ବ୍ଲକ ବାଲସି ମଣ୍ଡଳ ର ନୂତନ କର୍ମକର୍ତ୍ତା ବାଲସି ସ୍ଥିତ କଲ୍ୟାଣ ମଣ୍ଡପ ପରିସରମଧ୍ୟରେ ଅସ୍ଥାୟୀ ସଭାପତି ଚକ୍ରଧର ସାହୁ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ମନୋହର ସାହୁ,ଉପ-ସଭାପତି କୁମର ମଣି ସାହୁ,ସାଧାରଣ ସମ୍ପାଦକ ଅଶ୍ୱନି କୁମାର ସାହୁ,ଯୁଗ୍ମ-ସମ୍ପାଦକ ନରେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଲୀଳା ସାଗର ସାହୁଙ୍କ ସମେତ ସଭ୍ୟ ବରିଷ୍ଠ ସାମ୍ବାଦିକ ତୁମେଶ୍ୱର ସାହୁ ,ପଦ୍ମନାଭ ସାହୁ, କୈବଲ ସାହୁ,ଚୌଧାରୀ ସାହୁ,ବିରେନ୍ଦ୍ର ସାହୁ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସାହୁ ସମାଜ ର ନେଗୀ କୋଦଣ୍ଡ ସାହୁ ,କାର୍ଜି କିଶନ ସାହୁ,ବିରଞ୍ଚି ସାହୁ,ବାଲସି ଗ୍ରାମ୍ୟ କମିଟି ର ସଭାପତି ନକୁଳ ସାହୁ,ସମ୍ପାଦକ ଫକୀର ସାହୁ ଙ୍କ ମିଳିତ ଉଦ୍ୟମ ରେ ନବନିର୍ବାଚିତ ପ୍ରତିନିଧି ଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଯୁବରାଜ ସାହୁ,ସହ ସମ୍ପାଦକ ସୁଲପାଣି ସାହୁ ଯୋଗଦେଇ ଥିଲେ।ନବ ନିର୍ବାଚିତ ପ୍ରତିନିଧି ମାନେ ଆଗାମୀ ଦିନରେ ବାଲସି ମଣ୍ଡଳ ର ସାହୁ ସମାଜ ର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଦିଗରେ ଧ୍ୟାନ ଦେବା ସହ ସାହୁ ସମାଜର ନୀତିନିୟମ ,ଅନୁସରଣ କରିବା ସହ ଅଗ୍ରଗତି ଦିଗରେ ଦୃଷ୍ଟି ଦେବାପାଇଁ ସମସ୍ତେ ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ବ୍ଲକ ର କେସିଙ୍ଗା ଏନଏସି,ସମେତ କନ୍ତେଶିର,ଶିରୋଲ,ପରଲସିଙ୍ଗା, ବାଲସି ଗ୍ରାମ ପଞ୍ଚାୟତ ର ଶତାଧିକ ସାହୁ ସମାଜ ର ସଦସ୍ୟଉପସ୍ଥିତ ହୋଇ ନିଜସ୍ୱ ମତାମତ ଦେଇଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts