କଳାହାଣ୍ଡି: ଭବାନୀପାଟଣା,ନିକଟସ୍ଥ ନୂଆଗାଁ ଠାରେ ନିଜ ବାସଭବନରେ ବିଦ୍ୟୁତ ସକ ଲାଗି ଗୋବିନ୍ଦ ଦାସଙ୍କ ପତ୍ନୀ କମଳିନୀ ଦେବୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ନେବାକୁ ସ୍ଵାମୀ ଆର୍ଥିକ ସମସ୍ୟାରେ ଥିବା ଜାଣିବା ପରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସହାୟତା ଯୋଗାଇଦିଆ ଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡି ର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ପଣ୍ଡା, ଭବାନୀପାଟଣା ନଗର ସାଧାରଣ ସମ୍ପାଦକ ଶେଷଦେଵ ମିଶ୍ର ଗୋବିନ୍ଦ ଦାସ ଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସ୍ୱନ୍ତନା ଦେବା ସହ ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ଶୁଦ୍ଧିକ୍ରିୟା ନିମନ୍ତେ ବ୍ରାହ୍ମଣ ସମାଜ ପକ୍ଷରୁ ପାଞ୍ଚ ହଜାର ଏକଶହ ଟଙ୍କା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗୋବିନ୍ଦ ନିଜ ଦିବଙ୍ଗତ ପତ୍ନୀଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଆଲ୍ଲାବାଦ ଯାଇ ନିଜ ପତ୍ନୀ ଙ୍କ ଶୁଦ୍ଧିକ୍ରିୟା କରିପାରିଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

