କଳାହାଣ୍ଡି: ଭବାନୀପାଟଣା, କଳାହାଣ୍ଡି ସରକାରୀ ମେଡିକାଲ କଲେଜ କୁ ରାଜ୍ୟସରକାର ସହିଦ ରେଣ୍ଡୋ ମାଝୀ ର ନାମରେ ନାମିତ କରିଛନ୍ତି । କଳାହାଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବି ପୁରାଣ ହୋଇଛି।
ଭବାନୀପାଟଣା ସ୍ଥିତ ଭଙ୍ଗାବାରୀ ଠାରେ ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ନ୍ୟାସ କରିବା ପରେ ଯୁଦ୍ଧକାଳୀନ ଭିତିରେ କଲେଜ ବିଲଡିଂ ତିଆରି ହୋଇ ଚଳିତ ବର୍ଷ ଠାରୁ ୧୦୦ସିଟ ବିଶିଷ୍ଟ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।
ତେବେ ଏହି କଲେଜ ସରକାରୀ ମେଡିକାଲ କଲେଜ ନାମରେ ନାମିତ ଥିବା ବେଳେ କଳାହାଣ୍ଡି ବାସୀ ଏହି କଲେଜର ନାମ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ନାମରେ ନାମିତ କରିବା ପାଇଁ ଦାବି କରୁଥିଲେ । ଯାହାକୁ ଆଜି ରାଜ୍ୟ ସରକାର କାର୍ଯ୍ୟକାରୀ କରି କଳାହାଣ୍ଡି ମେଡିକାଲ କଲେଜ କୁ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ନାମିତ କରିଛନ୍ତି ବୋଲି ରାଜ୍ୟସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଡ ରେ ଘୋଷଣା କରାଯାଇଛି । ସରକାରଙ୍କ ଏହି ନିଷ୍ପତି କୁ କଳାହାଣ୍ଡି ଜିଲ୍ଲା ବାସୀ ପ୍ରଶଂସା କରିବା ସହିତ ଦାନ୍ୟବାଦ ଜଣାଇଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

