କଳାହାଣ୍ଡି: ଭବାନୀପାଟଣା, କଳାହାଣ୍ଡି ସରକାରୀ ମେଡିକାଲ କଲେଜ କୁ ରାଜ୍ୟସରକାର ସହିଦ ରେଣ୍ଡୋ ମାଝୀ ର ନାମରେ ନାମିତ କରିଛନ୍ତି । କଳାହାଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବି ପୁରାଣ ହୋଇଛି।
ଭବାନୀପାଟଣା ସ୍ଥିତ ଭଙ୍ଗାବାରୀ ଠାରେ ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ନ୍ୟାସ କରିବା ପରେ ଯୁଦ୍ଧକାଳୀନ ଭିତିରେ କଲେଜ ବିଲଡିଂ ତିଆରି ହୋଇ ଚଳିତ ବର୍ଷ ଠାରୁ ୧୦୦ସିଟ ବିଶିଷ୍ଟ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।
ତେବେ ଏହି କଲେଜ ସରକାରୀ ମେଡିକାଲ କଲେଜ ନାମରେ ନାମିତ ଥିବା ବେଳେ କଳାହାଣ୍ଡି ବାସୀ ଏହି କଲେଜର ନାମ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ନାମରେ ନାମିତ କରିବା ପାଇଁ ଦାବି କରୁଥିଲେ । ଯାହାକୁ ଆଜି ରାଜ୍ୟ ସରକାର କାର୍ଯ୍ୟକାରୀ କରି କଳାହାଣ୍ଡି ମେଡିକାଲ କଲେଜ କୁ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ନାମିତ କରିଛନ୍ତି ବୋଲି ରାଜ୍ୟସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ୱେବସାଇଡ ରେ ଘୋଷଣା କରାଯାଇଛି । ସରକାରଙ୍କ ଏହି ନିଷ୍ପତି କୁ କଳାହାଣ୍ଡି ଜିଲ୍ଲା ବାସୀ ପ୍ରଶଂସା କରିବା ସହିତ ଦାନ୍ୟବାଦ ଜଣାଇଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

