ନ୍ୟୁଜଗ୍ୟାଲେରି,ଭବାନୀପାଟଣା:(ଉତ୍ତମ କୁମାର ଦାଶ) କଳାହାଣ୍ଡି ଜିଲ୍ଲା ରେ ଏକ ଅଭବାନୀୟ ଘଟଣା ସାମାନାକୁ ଆସିଛି।ପାରିବାରିକ କଳହ କୁ କେନ୍ଦ୍ର କରି ସ୍ତ୍ରୀ ଙ୍କୁ ହତ୍ୟା କଲା ସ୍ୱାମୀ । ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଇପିଟା ର ମୋହନ ଭାଟି(୫୩) ଓ ତାଙ୍କ ସ୍ତ୍ରୀ ମିନା ଭାଟି(୪୭) ଙ୍କ ମଧ୍ୟରେ ପାରିବାରିକ ସମସ୍ୟା କୁ ନେଇ ବିଭିନ୍ନ ସମୟରେ ଝଗଡା ହେଇ ଆସୁଥିଲା । ମଙ୍ଗଳବାର ରାତିରେ ପୁଣିଥରେ ଦୁଇଜଣ ଙ୍କ ମଧ୍ୟରେ କଳହ ହେବାରୁ ଏଥିରେ ଉତ୍ୟକ୍ତ ହେଇ ମୋହନ ଘରେ ଥିବାଟାଙ୍ଗିଆ ରେ ନିଜ ସ୍ତ୍ରୀ କୁ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ଗାଁ ଲୋକେ ଖବର ପାଇ ସଦର ଥାନା କୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ମୋହନଙ୍କୁ ଗିରଫ କରିଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

