ନ୍ୟୁଜଗ୍ୟାଲେରି,ଭବାନୀପାଟଣା:(ଉତ୍ତମ କୁମାର ଦାଶ) କଳାହାଣ୍ଡି ଜିଲ୍ଲା ରେ ଏକ ଅଭବାନୀୟ ଘଟଣା ସାମାନାକୁ ଆସିଛି।ପାରିବାରିକ କଳହ କୁ କେନ୍ଦ୍ର କରି ସ୍ତ୍ରୀ ଙ୍କୁ ହତ୍ୟା କଲା ସ୍ୱାମୀ । ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଇପିଟା ର ମୋହନ ଭାଟି(୫୩) ଓ ତାଙ୍କ ସ୍ତ୍ରୀ ମିନା ଭାଟି(୪୭) ଙ୍କ ମଧ୍ୟରେ ପାରିବାରିକ ସମସ୍ୟା କୁ ନେଇ ବିଭିନ୍ନ ସମୟରେ ଝଗଡା ହେଇ ଆସୁଥିଲା । ମଙ୍ଗଳବାର ରାତିରେ ପୁଣିଥରେ ଦୁଇଜଣ ଙ୍କ ମଧ୍ୟରେ କଳହ ହେବାରୁ ଏଥିରେ ଉତ୍ୟକ୍ତ ହେଇ ମୋହନ ଘରେ ଥିବାଟାଙ୍ଗିଆ ରେ ନିଜ ସ୍ତ୍ରୀ କୁ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ଗାଁ ଲୋକେ ଖବର ପାଇ ସଦର ଥାନା କୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ମୋହନଙ୍କୁ ଗିରଫ କରିଥିବା ଜଣାପଡିଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

