ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା ରାମ ସାଗର ପଡା ଓ ଇରିଗେସନ କଲୋନୀ ଛକ ତ୍ରିନାଥ ମନ୍ଦିର ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ,ହନୁମାନ ଓ ଗଣେଶ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ପ୍ରଥମ ଥର ମନ୍ଦିର ପରିଚାଳନା କମିଟିର ସଭାପତି ଧୁବଲେଶ୍ଵର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ରବିବାର ସକାଳ ୭.୩୫ ରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଶନିବାର ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ରାମ ସଗାର ରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୁଇଟି ପଡ଼ାର ଶତାଧିକ ମହିଳା ଏବଂ ପୁରୁଷ ଏଥିରେ ଅଂଶ ଗ୍ରହଣ କରିଥିଲେ। ନାମଯଜ୍ଞ ମଣ୍ଡପ ରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ମନ୍ଦିର ପରିଚାଳନା କମିଟି ଆନୁକୁଲ୍ୟରେ ଏହା ପ୍ରଥମ ଥର ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ମନ୍ଦିର ପରିଚାଳନା କମିଟିର ସଭାପତି ଧବଲେଶ୍ଵର ମହାପାତ୍ର ଓ ସମ୍ପାଦକ ଭାବରେ ସୁକାନ୍ତି ସରାଫ ଦାୟୀତ୍ବ ନିର୍ବାହନ କରୁଥିବା ବେଳେ ପ୍ରଦୀପ କୁମାର ସାହୁ(ଲାଲୁ)ଓ ପ୍ରେମାଲତା ସାହୁ ଦମ୍ପତି ପୂଜାକର୍ତ୍ତା ଭାବରେ ଦାୟୀତ୍ବ ସମ୍ପାଦନ କରୁଛନ୍ତି। ଶରତ ଚନ୍ଦ୍ର ମିଶ୍ର ପୂଜକ ପଣ୍ଡିତ, ଆୟୋଜକ ଉପସଭାପତି ସନ୍ତୋଷ କୁମାର ସାହୁ, ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ,କେସିଅର ଶରତ ଚନ୍ଦ୍ର ସାହୁ, ଉପଦେଷ୍ଟା ପ୍ରମୋଦ ମହାନ୍ତି,ଅଞ୍ଜଳି ପଣ୍ଡା, ଜୋସବନ୍ତ ପଣ୍ଡା, ବିଶ୍ୱଜିତ ମୁଣ୍ଡ,ଅଶୋକ ପଣ୍ଡା,ଚୁଡାମଣି ସାହୁ,ସହଯୋଗ କରିଥିଲେ। ୧୦ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଏହି ନାମଯଜ୍ଞ ରେ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି। ନାମଯଜ୍ଞ ସହ ଏଇଠି ପରିଚାଳନା କମିଟି ମଧ୍ୟାହ୍ନ ଓ ରାତିରେ ଅନ୍ନଛତ୍ର ର ମଧ୍ୟ ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ଆସନ୍ତା ସୋମବାର ୧୦/୩ ସକାଳ ୭.୩୫ରେ ଏହାର ପୂର୍ଣ୍ଣାହୁତି ପଡ଼ିବ ବୋଲି କମିଟି ସୂତ୍ରରୁ ଜଣାପଡିଛି।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

