ନ୍ୟୁଜଗ୍ୟାଲେରି, କେସିଙ୍ଗା: ବାମପନ୍ଥି ଦଳ ପାଖାପାଖି ୧୦ଟି ଶ୍ରମିକ ସଂଗଠନ ଶ୍ରମିକ ବିରୋଧି ୪ଶ୍ରମ କୋଡ୍ ବାତିଲ କରିବା, ସ୍କିମ, ଠିକା ଓ ଆଉଟସୋର୍ସିଙ୍ଗ ନିଯୁକ୍ତି ବନ୍ଦ କରିବା, ମଣ୍ଡି ଅବ୍ଯବସ୍ଥା ଦୂର କରିବା, ରାଷ୍ଟ୍ରୀୟ ଉଦ୍ଯୋଗକୁ ଘରୋଇକରଣ ବନ୍ଦ କରିବା, ଇପିଏଫ୍ ପାଇଁ ସର୍ବନିମ୍ନ ମାସିକ ପେନସନ୍ ଆଦିଦାବିକୁ ନେଇ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦିଆଯାଇଥିବା ବେଳେ କୋଣାର୍କ ସ୍ପିନିଙ୍ଗ ମିଳ ଲେବର ୟୁନିଅନ୍ କଳାହାଣ୍ଡି ସଭାପତି ମୋତି କୈଇବର୍ତ୍ତ ଙ୍କ ନେତୃତ୍ବରେ କେସିଙ୍ଗା କୋଣାର୍କ ସ୍ପିନିଙ୍ଗ ମିଳ ଠାରେ ବନ୍ଦ ପାଳନ କରାଯାଇଅଛି। ସମସ୍ତ ସଂଗଠନର ସଦସ୍ୟ ଏକତ୍ରୀତ ହୋଇ ଭାରତ ବନ୍ଦ କୁ ସଫଳ କରିଥିଲେ। ଏହା ସହିତ କେସିଙ୍ଗା ସହରରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଆଂଶିକ ଭାବରେ ଦୋକାନ ବଜାର ଓ ଗାଡିମଟର ବନ୍ଦ ଥିବା ଦେଖବାକୁ ମିଳିଥିଲା। ଏହି ବନ୍ଦ ସମୟରେ ସଭାପତି ମୋତି କଇବର୍ତ୍ତ, ଉପସଭାପତି ମନ ଗଉଡ଼, ବନମ୍ବର ମାଝୀ, ଶେଷ ଗଉଡ଼, କୃଷ୍ଣଚନ୍ଦ୍ର ଗଉଡ଼, ଦୃବ ମାଝୀ, ଆମର ସେଟି, ପ୍ରମୁଖ ସହିତ ୨୦୦ରୁ ଅଧିକ ପାଚିକା, ଆଶା ଓ ଶ୍ରମିକମାନେ ସାମିଲ ହୋଇ ବନ୍ଦକୁ ସଫଳ କରିଥିଲେ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

