ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଭାବରେ ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଛାତ୍ର ନେତା ତଥା ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁରଙ୍କୁ ନିଯୁକ୍ତି ଦିଆଯାଇଛି। ଜଣେ ସୁବକ୍ତା ଭାବରେ ପରିଚିତ ଅବିନାଶ କଲେଜ ସମୟରୁ ନେତୃତ୍ୱ ନେଇ ଆସୁଛନ୍ତି। ୨୦୦୮-୯ ମସିହାରେ ସେ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।
ପରେ ବିଜେଡିରେ ସାମିଲ ହୋଇ ବିଜୁ ଛାତ୍ର ଜନତା ଦଳର ଲଗାତାର ତିନିଥର ଜିଲ୍ଲା ସଭାପତି ହେବାପରେ ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ପଦବୀ ଦିଆଯାଇଥିଲା। ସେ ପଶ୍ଚିମ ଓଡ଼ିଶାର ଛାତ୍ର ନେତୃତ୍ୱ ନେବା ସହ ଦଳର ବିଭିନ୍ନ ପଦ ପଦବୀରେ ରହିଆସୁଥିଲେ । ଏପରିକି ବିଜେଡି ସରକାର ସମୟରେ ତାଙ୍କ ଦଳ ପ୍ରତି ଆନୁଗତ୍ୟ ଓ ବଳିଷ୍ଠ ନେତୃତ୍ୱ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଭାବରେ ନିଯୁକ୍ତି ମିଳିଥିଲା। ପୂର୍ବରୁ ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ୨ଥର ଜିଲ୍ଲା ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଥିଲେ । ଏଥର ଦଳ ଅବିନାଶ ଭଳି ଜଣେ ଯୁବ ଚେହେରାକୁ ଜିଲ୍ଲା ଯୁବ ବିଜେଡି ସଭାପତି ନିଯୁକ୍ତି ଦେଇ ଏକ ଭିନ୍ନ ବାର୍ତ୍ତା ଦେଇଛିନ୍ତି । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ଉପସଭାପତି,ଧର୍ମେନ୍ଦ୍ର ନାଏକ,ମଣ୍ଟୁ ନାଏକ, କଳାହାଣ୍ଡି ଜିଲ୍ଲା ଯୁବ ସଭାପତି ଅବିନାଶ ଠାକୁରଙ୍କୁ ଶୁଭେଚ୍ଛାର ଜଣାଇଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

