ନ୍ୟୁଜଗ୍ୟାଲେରି,କଳାହାଣ୍ଡି ଜୁନାଗଡ଼: କେଗାଁ ଥାନା ଅନ୍ତର୍ଗତ କେଗାଁ ପୋଲିସ ପଡାରେ ସର୍ପ ଘାତରେ ଜଣେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ କେଗାଁର ପଦ୍ମଲୋଚନ ଆଡ଼ଜୁଏଡ଼ ଙ୍କ ପୁଅ ଅଜୟ ଆଡ଼ଜୁଏଡ଼ ୨୫ବର୍ଷ ବୋଲି ଜଣାପଡିଛି । ସେ ନିଜ ଘରେ ଶୋଇଥିବା ସମୟରେ କଲେର ସାପଟି କାମୁଡି ଦେଇଥିଲା । ସାପ କାମୁଡି ଦେଇଥିବା ଜାଣିପାରି ବିଛଣାରୁ ଉଠି ସାପଟିକୁ ନିଜେ ମାରିଦେଇ ପରେ ପରିବାର ଲୋକଙ୍କୁ ଜଣାଇଥିଲା । ଧୀରେ ଧୀରେ ଗୁରୁତର ହେବା ଦେଖି ପରିବାର ଲୋକେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

