ନ୍ୟୁଜଗ୍ୟାଲେରି,କଳାହାଣ୍ଡି ଜୁନାଗଡ଼: କେଗାଁ ଥାନା ଅନ୍ତର୍ଗତ କେଗାଁ ପୋଲିସ ପଡାରେ ସର୍ପ ଘାତରେ ଜଣେ ଯୁବକର ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ କେଗାଁର ପଦ୍ମଲୋଚନ ଆଡ଼ଜୁଏଡ଼ ଙ୍କ ପୁଅ ଅଜୟ ଆଡ଼ଜୁଏଡ଼ ୨୫ବର୍ଷ ବୋଲି ଜଣାପଡିଛି । ସେ ନିଜ ଘରେ ଶୋଇଥିବା ସମୟରେ କଲେର ସାପଟି କାମୁଡି ଦେଇଥିଲା । ସାପ କାମୁଡି ଦେଇଥିବା ଜାଣିପାରି ବିଛଣାରୁ ଉଠି ସାପଟିକୁ ନିଜେ ମାରିଦେଇ ପରେ ପରିବାର ଲୋକଙ୍କୁ ଜଣାଇଥିଲା । ଧୀରେ ଧୀରେ ଗୁରୁତର ହେବା ଦେଖି ପରିବାର ଲୋକେ ଭବାନୀପାଟଣା ମୂଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

