ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟରେ

0 minutes, 0 seconds Read

କଳାହାଣ୍ଡି/ଭବାନିପାଟଣା, କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଜନଜାଗରଣ ଅଭିଯାନ “ଗାଁକୁ ଚାଲ”ର ଉଦ୍‌ଯାପନ ହୋଇଯାଇଛି । ସ୍ଥାନୀୟ ହୋଟେଲ ମିଡ଼୍‌ଟାଉନଠା୍‌ରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀ ଅନେଇ ସୂଚନା ଦେଇଛନ୍ତି ବିକାଶ ପରିଷଦ ର ଅଧ୍ୟକ୍ଷ୍ୟ ଡ଼ା ସୁନୀତି ମୁଣ୍ଡ । ଏହି ଅଭିଯାନ ଗତ ୨୩ ମେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ସାରା କଳାହାଣ୍ଡି ଭ୍ରମଣ କରିଥିଲା । ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ.ସୁନୀତି ମୁଣ୍ଡ୍ କହିଛନ୍ତି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
କଳାହାଣ୍ଡିକୁ ପ୍ରତି ୧୫ କିଲୋମିଟର ବ୍ୟାସାର୍ଦ୍ଧରେ ଏକ ଏକ ମଣ୍ଡଳ ଭାବରେ ଅଭିହିତ କରି ପ୍ରତି ମଣ୍ଡଳରେ ଦିନେ ଲେଖାଏଁ ଏହି ଅଭିଯାନକରି ଜନ ମତାସଂଗ୍ରହ, ଲୋକଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିବା ମୁଖ୍ୟ କାର୍ଯ୍ୟକ୍ରମ ଥିଲା । ମେ ୨୩ ତାରିଖରୁ ଏହି ଯାତ୍ରା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନଗର ମଣ୍ଡଳ, କେସିଙ୍ଗା ନଗର ମଣ୍ଡଳ, ବୋରିଆ, ଉତ୍କେଲା, କଶୃପଡ଼ା, ଜୋରାଡ଼ବ୍ରା, କର୍ଲାମୁଣ୍ଡା, ବିଶ୍ୱନାଥପୁର, ଲାଞ୍ଜିଗଡ଼, ମ.ରାମପୁର, ନର୍ଲା, ରୁପ୍ରା, ସରିଆ, ଥୁ.ରାମପୁର, ଡୁମେରପଦର, କୁଟୁରୁଖମା, ଜୁନାଗଡ଼ ନଗରମଣ୍ଡଳ, ନାନ୍ଦୋଳ, ଆଟି ଗାଁ ମଣ୍ଡଳ, ଦଶପୁର, କେ ଗାଁ, ବୋର୍ଡ଼ା, କର୍ଲାପଡ଼ା, ଗୋଲାମୁଣ୍ଡା, ଦାସୀ ଗାଁ, କଲମପୁର, ହାବସପୁର, ମୋଟେର, ବିଜମରା, ଆମପାଣି, କୋକସରା, ବଡ଼କର୍ଲାକୋଟ, ଜୟପାଟଣା, ବାନେର, ପର୍ଲା, ଟିପିଗୁଡା, ଧର୍ମଗଡ଼ ନଗର ମଣ୍ଡଳ, ଖଇରପଦର, ଦେପୁର, ମୋହନଗିରି ଆଦି ୪୦ଟି ମଣ୍ଡଳକୁ ଯାଇ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସମବେତ ଭାବରେ ସ୍ୱର ଉଠାଇବାକୁ ପ୍ରେରିତ କରିଥିଲେ । “ଗାଁକୁ ଚାଲ” ଡାକରା ସହିତ ଏହି ଅଭିଯାନର ମୁଖ୍ୟ ସ୍ଲୋଗାନ ଭାବେ- ‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ସୁସ୍ଥ କଳାହାଣ୍ଡି’, ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ଚିନ୍ତନ ଶିକ୍ଷିତ କଳାହାଣ୍ଡି’ ଗୁଡିକ ପ୍ରତି ସଚେତନତା କରାଯାଇ ଥିଲା । ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୫କିଲୋମିଟର ଭିତରେ ଥିବା ୮ ରୁ ୧୧ଟି ପଞ୍ଚାୟତର ବିଭିନ୍ନ ସଂଗଠନ ଓ ନେତୃମଣ୍ଡଳୀଙ୍କୁ ଭେଟିବା ସହିତ ସ୍ଥାନୀୟ ମୁଖ୍ୟ ସମସ୍ୟା ଉପରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ଏବଂ ତାହାର ସମାଧାନ ପାଇଁ ଉଦ୍ୟମ କରିଥିଲେ ।
ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯାଇଥିଲା । ୪୦ ଦିନ ଧରି ନିରନ୍ତର ଚାଲିଥିବା ଏହି ଅଭିଯାନକୁ ‘ଗାଁକୁ ଚାଲ’ ନାମକରଣ କରାଯାଇଥିଲା । ଆଧୁନିକ ଚାକଚକ୍ୟର ବଶବର୍ତୀ ହୋଇ ଜନସାଧାରଣ ସହରାଭିମୁଖୀ ହେଉଥିବାବେଳେ କଳାହାଣ୍ଡି ବିକାଶ ପରିଷଦ ଲୋକଙ୍କୁ ଗ୍ରାମାଭିମୁଖି କରିବା ସହିତ ନିଜ ଜୀବନର ଅନୁଭୂତିକୁ ଗାଁରେ ନିୟୋଜିତ କରିବାକୁ ପରୋକ୍ଷରେ ପ୍ରେରିତ କରାଯାଇଥିଲା ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଏହି ଅଭିଯାନରେ ଡଃ ମୁଣ୍ଡ୍‌ଙ୍କୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସହଯୋଗ କରିବା ସହିତ ଏହି ସାଧୁ ଉଦ୍ୟମକୁ ଜନସାଧାରଣ ପ୍ରଶଂସା କରିଥିଲେ ବୋଲି ଡ଼ା ମୁଣ୍ଡ ଆଜି ସାମ୍ବାଦିକ ସମ୍ମିଳଣୀରେ ପ୍ରକାଶ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts