ନ୍ୟୁଜ ଗ୍ୟାଲେରି,ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟିର ୧ ଘଣ୍ଟା ରାଷ୍ଟ୍ର ପାଇଁ କାର୍ଯ୍ୟକ୍ରମ କରାଯାଇଥିଲା।ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ବରେ ଜିଲ୍ଲାରେ ଗତ ୧୭ ସେପ୍ଟେମ୍ୱର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଠାରୁ ଆସନ୍ତା ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହିଥିବା “ସେବା ପକ୍ଷ” ପାଳନ କାର୍ଯ୍ୟକ୍ରମ ଜାରି ରହିଛି । ଏହାରି ଭିତରେ ପ୍ରଖର ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଚିନ୍ତକ ଏବଂ ସୁସଂଗଠକ ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶରେ” ୧ ଘଣ୍ଟା ରାଷ୍ଟ୍ର ପାଇଁ” ସମର୍ପଣ କାର୍ଯ୍ୟକ୍ରମ ରହିଥିଲା ।
ଏହି କାର୍ଯ୍ୟକ୍ରମ ଅନୁଯାୟୀ “ଏକ ପେଡ ମାଆ କେ ନାମ” ବୃକ୍ଷ ରୋପଣ ଓ “ସ୍ୱଚ୍ଛ ଭାରତ ଅଭିଯାନ” ସଫେଇ କାର୍ଯ୍ୟକ୍ରମ ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ଶ୍ରୀ ପୋଢ଼ଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ବରିଷ୍ଟ ନେତା ଭାରତ ଦେଓ ,ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା,ପୂର୍ବତନ ବିଧାୟକ ଅନାମ ନାଏକ,ପୂର୍ବତନ ଜିଲ୍ଲା ସଭାପତି ଆର୍ତତ୍ରାଣ ମହାପାତ୍ର,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ, ଭବାନୀ ନିଆଲ, ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର,ନଗର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶରତ ନାଏକ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି ,ସ୍ବଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଲୋକନାଥ ଦୁର୍ଗା,ଜିଲ୍ଲା ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ,ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଶୋଭାଗୀନି ପାତ୍ର, ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ଅନିତା ବିଶ୍ୱାଳ ଉପସ୍ଥିତ ରହିଥିଲେ।
ଜିଲ୍ଲା କାର୍ଯ୍ୟଳୟ ଠାରେ ପଣ୍ତିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ଜୀବନୀ ଉପରେ ଉପସ୍ଥିତ ନେତୃବୃନ୍ଦ ସ୍ମୃତି ଚାରଣ କରି ଥିଲେ ।ନଗର ସାଧାରଣ ସମ୍ପାଦକ ପ୍ରଦିପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ଓ ନଗର ସଭାପତି ଚିତ୍ତରଂଜନ ପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
Latest entries
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା
ଜିଲ୍ଲା ଖବରNovember 26, 2025ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକକ୍ରୀଡା ଉତ୍ସବ ପାଳିତ
ଜିଲ୍ଲା ଖବରNovember 24, 2025ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଜିଲ୍ଲା ଖବରNovember 24, 2025ଲକ୍ଷ୍ମୀ ବିକାଶର ବାର୍ଷିକୋତ୍ସବ “ହାର୍ଭେଷ୍ଟ ୨୦୨୫ ” ପାଳିତ

