କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଅନୁଗୁଳ ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟେଡିୟମ୍ ଠାରେ ୨୯ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଅନୁଗୁଳ ଜିଲ୍ଲା ଉଷୁ ସଂଘ ଦ୍ବାରା ଆୟୋଜିତ ହୋଇଥିଲା । ଅନୁଗୁଳ ଜିଲ୍ଲା ପ୍ରଶାସନ, କ୍ରୀଡାଧିକାରୀ ଏବଂ ଉଷୁ ସଂଘ ଓଡିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଉଷୁ ପ୍ରତିଯୋଗିତା ସଫଳ ହୋଇଥିଲା । ପ୍ରଥମ ଦିବସରେ ମୁଖ୍ୟ ଅତିଥି ଅନୁଗୁଳ ଜିଲ୍ଲା ଜିଲ୍ଲାପାଳ ଶିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ ଉଦ୍ଘାଟନ କରିଥିଲେ ।
କଳାହାଣ୍ଡିର ୩ ଉଷୁ ଖେଳାଳି କୋଚ୍ କୃଷ୍ଣଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ମନୋନୀତ ହୋଇ ଭାଗନେଇଥିଲେ । ଭୁମିକ୍ ଭରଦ୍ବାଜ ଭୋଇ ସବ୍ଜୁନିୟର ଟ୍ରାଡିସନାଲ ତାଉଲୁ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ , ଅସ୍ତ୍ର ଚାଳନା ଇଭେଣ୍ଟରେ କାଂଶ୍ୟ ପଦକ ହାସଲ କରିଥିବା ବେଳେ ପୃଥ୍ବୀରାଜ ଉରାଶଙ୍କର ସବ୍ଜୁନିୟର ତାଉଲୁ ଇଭେଣ୍ଡରେ ରୌପ୍ୟ ପଦକ , ଅସ୍ତ୍ର ଚାଳନା ଇଭେଣ୍ଟରେ କାଂଶ୍ୟ ପଦକ ହାସଲ କରିଥିଲେ । ଏହି ବିଜେତା ମାନେ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ କଳାହାଣ୍ଡି ଜିଲ୍ଲା ଉଷୁ ସଂଘର ସଭାପତି ଜତିନ୍ଦ୍ର ସାହୁ ଓ ସାଧାରଣ ସଂପାଦକ ଏବଂ କୋଚ୍ କୃଷ୍ଣଚନ୍ଦ୍ର ସାହୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲାର ବିଭିନ୍ନ କ୍ରିଡାପ୍ରେମୀ , କ୍ରୀଡା ସଂଘ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ କଳାହାଣ୍ଡି ଉଷୁ ସଂଘ କୋଚ୍ କୃଷ୍ଣଚନ୍ଦ୍ର ସାହୁ କଳାହାଣ୍ଡିରେ ଉଷୁ ଖେଳକୁ ପ୍ରଶାସନ ଓ କ୍ରୀଡା ଅଧିକାରୀ ଗୁରୁତ୍ଵ ଦେଲେ ଜିଲ୍ଲାରୁ ଅଧିକ ଭାଗନେବେ , ଉଷୁ ଖେଳାଳି ଜିଲ୍ଲା ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

