କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ଅମଲା ସଂଘ ର ଆନ୍ଦୋଳନ କୁ ଆଜି୧୨ପୁରିଥିବା ବେଳେ ଅନୁଷ୍ଠିତ ଏହି ସଂମୁହିକ ଆନ୍ଦୋଳନ କୁ କଳାହାଣ୍ଡି ଓଏଏସ ସଙ୍ଘ ର ସଭାପତି ସୁବ୍ରତ କୁମାର ନାଏକ ଓଆରଏସ ସଙ୍ଘ ର ସଭାପତି ତଥା କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ଖିଲୋ, କଳାହାଣ୍ଡି ପ୍ରାଥମିକ ସଙ୍ଘର ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଅମାଲାମାନଙ୍କ ଦାବିକୁ ନ୍ୟାୟ ଦାବି କହିବା ସହିତ ଏହାକୁ ଶୀଘ୍ର ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ।
ଦୀର୍ଘ ୧୨ ଦିନ ହେଲା ଅମଲା ମାନଙ୍କ ଆନ୍ଦୋଳନ ଯୋଗୁଁ ସବୁ ବିଭଗର କାର୍ଯ୍ୟାଳୟ ମାନଙ୍କରେ ସ୍ୱାଭାବିକ କାର୍ଯ୍ୟ ସମ୍ପାଦନ ହୋଇପାରୁନ ଥିବାରୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଆନ୍ଦୋଳନ ରୁ ଓହୋରି ଯିବାକୁ ଅମଲା ମାନଙ୍କୁ ଅନୁରୋଧ କରିଥିଲେ । ତେବେ ଅମଲା ମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ରକୁମାର ମୁଣ୍ଡ ଚେତାବନୀ ଦେଇଛନ୍ତି ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

