କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କାନକୁଟୁରୁ ପଞ୍ଚାୟତ ସରପଞ୍ଚ ବନମାଳୀ ମାଝୀ ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟକୁ ଆସି ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କାନକୁଟୁରୁ ପଞ୍ଚାୟତ ରେ କାର୍ଯ୍ୟରତ ଜିଆରଏସ୍ ଭାଗବତ ପ୍ରସାଦ ସାହୁଙ୍କ ମନମୁଖୀ କାର୍ଯ୍ୟ କଳାପ କରୁଥିବା କାମରେ ଅବହେଳା ଯୋଗୁଁ ମନରେଗା ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ମାସ ମାସ ଧରି ନିଜ ମଜୁରୀ ପାଇପାରୁ ନାହାନ୍ତି। ଯାହା ଫଳରେ ଗାଁ ସାଥୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ କାନକୁଟୁରୁ ପଞ୍ଚାୟତ ସରପଞ୍ଚ ବନମାଳୀ ମାଝୀ, ସମସ୍ତ ୱାଡ଼ ମେମ୍ବର, ଗାଁ ସାଥି ଓ ଶ୍ରମିକ ମିଳିତ ଭାବେ ଜିଆରଏସ ଭାଗବତ ପ୍ରସାଦ ସାହୁ କୁ ବଦଳି କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।ପଞ୍ଚାୟତ ର ଜିଆରଏସ୍ ଭାଗବତ ପ୍ରସାଦ ସାହୁ ନିଜ ବ୍ୟକ୍ତିଗତ କାମ କରିବା ସହିତ ଅନ୍ୟ ପଞ୍ଚାୟତ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଠିକା କାମ କରୁଥିବା ଅଭିଯୋଗ ହେଉଥିବା ବେଳେ ସର୍ବଦା ନିଜ କାମରେ ଅନୁପସ୍ଥିତ ଯୋଗୁଁ ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କହିବା ସତ୍ତ୍ୱେ ମଧ୍ୟ ଶୁଣୁନାହାନ୍ତି । ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଆଶୀର୍ବାଦ ଥିବାରୁ ତାଙ୍କଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି ବୋଲି ଲୋକ ଲୋଚନାରେ ଚର୍ଚ୍ଚା ଚାଲିଛି । ଏଣୁ ମନରେଗା ଯୋଜନାରେ ଲୋକେ କାମ କରି ମାସ ମାସ ଧରି ନିଜ ମଜୁରୀ ପାଇବାରୁ ବଞ୍ଚିତ ରହୁଥିବା ବେଳେ ଜିଆରଏସ୍ ଙ୍କୁ ନିଜ ପଞ୍ଚାୟତରୁ ବଦଳି କରିବା ପାଇଁ ସାଧାରଣରେ ଦାବି ହୋଇଛି । ସରପଞ୍ଚ ବନମାଳୀ ମାଝୀ, ସମସ୍ତ ୱାର୍ଡ ମେମ୍ବର ଗାଁ ସାଥି ଏବଂ ନରର୍ସିଂହ ବିଶି,ନିକକଣ୍ଠ ବିଭାର, ନବୀନ ମାଝୀ,ପଞ୍ଚାୟତ ର ଜନସଧାରଣ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଜିଆରଏସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଁ ନଗଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

