କଳାହାଣ୍ଡି:ନ୍ୟୁଜଗ୍ୟାଲେରି, ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଧର୍ମଗଡ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଆଲୋଚକମାନେ ଆହ୍ବାନ ଦେଇଛନ୍ତି।ଓଡିଶା ସାହିତ୍ୟ ଏକାଡେମୀ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର “ଓଡିଆ ଉପନ୍ୟାସରେ ଆଦିବାସୀଙ୍କ ନିଚ୍ଛକ ଚିତ୍ର” ଶିର୍ଷକ ଆଲୋଚନା ଚକ୍ରକୁ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୁଷଣ ଉଦଘାଟନ କରିଥିଲେ।
ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଗବେଷକ ପରମେଶ୍ବର ମୁଣ୍ଡ ଓ ସାହିତ୍ୟିକ ସତ୍ୟ ପଟ୍ଟନାୟକ। ଅତିଥି ଭାବରେ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ, ବିଶିଷ୍ଟ ଅତିଥି ଭାବେ କବି ଓ ଆଲୋଚକ ନିରାକାର ଦାଶ ଉକ୍ତ ପ୍ରସଙ୍ଗରେ ନିଜସ୍ୱ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ମୋହନ ଚରଣ ବିଷି ମଞ୍ଚ ସଂଯୋଜନା କରିଥିଲେ ଓ ଧର୍ମଗଡ ସାହିତ୍ୟ ସଂସଦର ସଭାପତି ଲିଙ୍ଗରାଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଅଧିବେଶନରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡ.ସୁନୀତି ମୁଣ୍ଡଙ୍କ ସଭାପତିତ୍ୱରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ସାହିତ୍ୟିକ ସତ୍ୟ ନାରାୟଣ ମୁଣ୍ଡଛିନା,ପ୍ରଧ୍ୟାପକ ସାମୁଏଲ ଦାନି,ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁଶାନ୍ତ କୁମାର ଲେଙ୍କା।ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର ଓ ସୁସାହିତ୍ୟିକ ଡ. ଅତିତ କୁମାର ନେଗୀ ବକ୍ତବ୍ୟ ପ୍ରଦାନ କରିଥିଲେ।ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଶାନ୍ତନୁ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ରାଓ,ଥୁଆମୁଲ ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରା ,ନିର୍ମଳ ଚନ୍ଦ୍ର ନାଏକ, ଧର୍ମଗଡ ସାହିତ୍ୟ ସଂସଦର ସଂପାଦକ ରାଜେଶ କୁମାର ମୁଣ୍ଡ, ଗୋବିନ୍ଦ ସାହୁ, ସଂଜିବ କୁମାର ମୁଣ୍ଡ, ତପନ କୁମାର ସାହୁ,ବିରଞ୍ଚି ନାରାୟଣ ମୁଣ୍ଡ,କାଳୀକ୍ରିଷ୍ଣା ମେହେର,ସରୋଜ ଯୋଶୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

