କଳାହାଣ୍ଡି:ନ୍ୟୁଜଗ୍ୟାଲେରି,ଭବାନୀପାଟଣା ସିର୍ଲିଗୁଡ଼ା ଗାଁ ର ୧୬ବର୍ଷ ବୟସ୍କ ନାବାଳିକା ପଦ୍ମିନୀ ମେହେର ଅଗଷ୍ଟ ୨୦୨୨ରେ ଅଳ୍ପ ଉଚ୍ଚତା ରେ ଝୁଲୁଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ସମ୍ବନ୍ଧ ରେ ମାନବ ଅଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବ ଅଧିକାର କମିଶନ ଙ୍କ ନିକଟରେ ଅଭିଯୋଗ ଦାଖଲ କରି କ୍ଷତିପୂରଣ ଅର୍ଥ ଦେବା ପାଇଁ ଦାବି କରିବା ସହିତ ଦୋଷୀ ଅଧିକାରୀ ମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରି ସେମାନଙ୍କୁ ଜେଲ୍ ପଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଏସ୍ପି କଳାହାଣ୍ଡି ଙ୍କ ଠାରୁ ରିପୋ୍ଟ ତଲବ କରିଥିଲେ। ତା ସହିତ ବିଦ୍ୟୁତ୍ ବିଭାଗ ସଚିବ ଙ୍କୁ ମଧ୍ୟ ରିପୋର୍ଟ ମାଗିଥିଲେ ଜାତୀୟ ମାନବ ଅଧିକାର କମିଶନ । କଳାହାଣ୍ଡି ଓ ନୂଆପଡା ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ତଥା ବିଦ୍ୟୁତ ପରିଦର୍ଶକ ରିପୋର୍ଟ ଅନୁଯାୟୀ ଟାଟା ପାୱାର ପଶ୍ଚିମ ଓଡିଶା ଡିସଟ୍ରିବ୍ୟୁଟର ଲିମଟେଡ଼ ର ଅବହେଳା ଯୋଗୁଁ ଏପରି ଘଟଣା ଘଟୁଛି ଓ ଧନ ଜୀବନ ନଷ୍ଟ ହେଉଛି । ଏହି ରିପୋର୍ଟ ଆଧାର ରେ ମାନବ ଅଧିକାର କମିଶନ ୩ ଲକ୍ଷ ଟଙ୍କା କ୍ଷତିପୂରଣ ନିଷ୍ପତି ନେବା ସହିତ ମୁଖ୍ୟଶାସନ ସଚିବଙ୍କୁ ନୋଟିସ ଜାରିକରି ୬ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନିର୍ଦେଶ ଜାରିକରିଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

