କଳାହାଣ୍ଡି:ନ୍ୟୁଜ୍ ଗ୍ୟାଲେରି, କଳାହାଣ୍ଡି ଅବକାରୀ ବିଭଗ ମଦନପୁର ରାମପୁର ଓ ନର୍ଲା ଅଞ୍ଚଳରେ ଚଢ଼ାଉ କରି ଏକ ବଡ ସଫଳତାପାଇଛି। ଭବାନୀପାଟଣା ସଦର ଅବକାରୀ ମୋବଇଲ ୟୁନିଟ, ନର୍ଲା ଓ ମଦନପୁର ରାମପୁର ଅବକାରୀ ଅଧିକାରୀଙ୍କ ମିଳିତ ଚେକିଂ ବେଳେ ମଦନପୁର ରାମପୁର ଥାନା ପାଜିବାହାଲି ଛକ ଓ ନର୍ଲା ଥାନା ଅନ୍ତର୍ଗତ ସିର୍ଜା ପାଲି ଛକନିକଟରୁ ଗୋଟିଏ ଇନୋଭା ଓ ଗୋଟିଏ ହିରୋ ହଣ୍ଡା ମୋଟର ସାଇକେଲ ରୁ ୧୨୫ କେଜି ୩୭୫ ଗ୍ରାମ ଗଞ୍ଜାଇଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨୮ଲକ୍ଷ ରୁ ଉର୍ଦ୍ଧ ହେବବୋଲି ଅବକାରୀ ବିଭାଗ ଅନୁମାନ କରିଛି ।
ଏହି ଘଟଣାରେ ଛତିଶଗାଡ଼ ବରି ଅଞ୍ଚଳର ନରେଶ କୁମାର ନେତମ, ମଦନପୁର ରାମପୁର ସୁଲେଶୁର ଗାଁର ଟଙ୍କଧର ପତ୍ର ଓ ସେହି ଗାଁର ବିମଳ ଭୋଇ ଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଧଳା କଲର ଇନୋଭା ଓ ଗୋଟିଏ ହିରୋ ହଣ୍ଡା ବାଇକ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ମଦନପୁର ରାମପୁର ଅବକାରୀ କେଶ ନମ୍ବର ୫୬ ଓ ନର୍ଲା ଅବକାରୀ କେଶ ନମ୍ବର ୫୯ ରେ ଦୁଇଟି ମାମଲା ରୁଜୁ କରାଯାଇଛି । ଭବାନୀପାଟଣା ସଦର ଅବକାରୀ ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ମଦନପୁର ରାମପୁର ଅବକାରୀ ଇନ୍ସପେକ୍ଟର ଦେବାଶିଷ ସିରଦାର ଓ ନର୍ଲା ଅବକାରୀ ଇନ୍ସପେକ୍ଟର ପ୍ରଶାନ୍ତି ସ୍ୱାଇଁ ସମେତ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇ ଏହି ଧଡ଼ ପକଡ କରିଥିଲେ । କଳାହାଣ୍ଡି ରୁ ଛତିଶଗଡ଼ର ଦୁର୍ଗକୁ ଏହି ଗଞ୍ଜାଇ ଚୋର ଚାଲାଣ ହେଉଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ମାନଙ୍କୁ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

