ନ୍ୟୁଜଗ୍ୟାଲେରି,ଭବାନୀପାଟଣା : ରାଜ୍ୟ ସ୍ତରୀୟ ଚେସ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ଚେସ ସଂଘ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ତତ୍ତ୍ବାବଧାନ ରେ ଆଜି ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ 15 ବର୍ଷ ରୁ ନିମ୍ନ ବୟସ ଖେଳାଳୀ ମାନଙ୍କ ମଧ୍ୟରେ ଚେସ ପ୍ରତିଯୋଗିତା ଆରମ୍ଭ ହୋଇଅଛି ।
ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ ଚେସ ପ୍ରତିଯୋଗିତାକୁ ଉଦ୍ଧଘାଟନ କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶାନ୍ତାନୁ କୁମାର ବେହେରା , ସମ୍ପାଦକ ସତ୍ୟ ପ୍ରସାଦ ସିଂହ, ଜିଲ୍ଲା ଚେସ ସଂଘ ସଭାପତି ରବୀନ୍ଦ୍ର ସାହୁ , ଡି.ଆଇ.ପି.ଆର.ଓ. ମନୋଜ ବେହେରା, ଜ୍ୟୋତି ଶଙ୍କର ନନ୍ଦ ପ୍ରମୁଖ ଯୋଗଦେଇ। ଖେଳାଳୀମାନଙ୍କୁ ଚେସ ପ୍ରତି ଆନ୍ତରିକତା ଓ ଖେଳୁଆଡ ପ୍ରଦର୍ଶନ ମନୋଭାବକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ ।
ଏହି ଚେସ ପ୍ରତିଯୋଗିତା ପାଇଁ ୮ଟି ଜିଲ୍ଲା ବଲାଙ୍ଗିର,କଟକ,ଢେଙ୍କାନାଳ,ଗଞ୍ଜାମ,ଯାଜପୁର,ଖୋର୍ଦ୍ଧା, କୋରାପୁଟ,ପୁରୀ ରୁ ଖେଳାଳୀ ମାନେ ପହଞ୍ଚିଛନ୍ତି । ପରିଚାଳନା କରିଥିଲେ ଓକିଲ ସଂଜୀବ ସିଂ ମହାବୀର ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜିଲ୍ଲା ଚେସ ସଂଘ କର୍ମକର୍ତ୍ତା ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

