ନ୍ୟୁଜଗ୍ୟାଲେରି,ଭବାନୀପାଟଣା : ରାଜ୍ୟ ସ୍ତରୀୟ ଚେସ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ଚେସ ସଂଘ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ତତ୍ତ୍ବାବଧାନ ରେ ଆଜି ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ 15 ବର୍ଷ ରୁ ନିମ୍ନ ବୟସ ଖେଳାଳୀ ମାନଙ୍କ ମଧ୍ୟରେ ଚେସ ପ୍ରତିଯୋଗିତା ଆରମ୍ଭ ହୋଇଅଛି ।
ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇ ଚେସ ପ୍ରତିଯୋଗିତାକୁ ଉଦ୍ଧଘାଟନ କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶାନ୍ତାନୁ କୁମାର ବେହେରା , ସମ୍ପାଦକ ସତ୍ୟ ପ୍ରସାଦ ସିଂହ, ଜିଲ୍ଲା ଚେସ ସଂଘ ସଭାପତି ରବୀନ୍ଦ୍ର ସାହୁ , ଡି.ଆଇ.ପି.ଆର.ଓ. ମନୋଜ ବେହେରା, ଜ୍ୟୋତି ଶଙ୍କର ନନ୍ଦ ପ୍ରମୁଖ ଯୋଗଦେଇ। ଖେଳାଳୀମାନଙ୍କୁ ଚେସ ପ୍ରତି ଆନ୍ତରିକତା ଓ ଖେଳୁଆଡ ପ୍ରଦର୍ଶନ ମନୋଭାବକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ ।
ଏହି ଚେସ ପ୍ରତିଯୋଗିତା ପାଇଁ ୮ଟି ଜିଲ୍ଲା ବଲାଙ୍ଗିର,କଟକ,ଢେଙ୍କାନାଳ,ଗଞ୍ଜାମ,ଯାଜପୁର,ଖୋର୍ଦ୍ଧା, କୋରାପୁଟ,ପୁରୀ ରୁ ଖେଳାଳୀ ମାନେ ପହଞ୍ଚିଛନ୍ତି । ପରିଚାଳନା କରିଥିଲେ ଓକିଲ ସଂଜୀବ ସିଂ ମହାବୀର ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ତଥା ଜିଲ୍ଲା ଚେସ ସଂଘ କର୍ମକର୍ତ୍ତା ସହଯୋଗ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

