ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି , ଜିଲ୍ଲା ପ୍ରଶାସନ ଏଵଂ ୬୪ ବାଟାଲିୟନ ସିଆରପିଏଫ ମିଳିତ ଆନୁକୁଲ୍ୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି।
ଏହି କାର୍ଯ୍ୟକ୍ରମ ରେ ବୃ୍କ୍ଷରୋପଣ, ପଞ୍ଚ ପ୍ରାଣ ଶପଥ ଗ୍ରହଣ, ମାଟି କୋ ନମନ୍ ବିରୋ କା ବନ୍ଦନ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ ଡ. ବିଶ୍ଵଜିତ ଦାସ, ୬୪ ସି ଆର ପି ଏଫ୍ ବାଟାଲିୟନ ବିଦିଶା ସିଂହ (ଡି ଆଇ ଜି,ଏମ ଇ ଡି) ଦ୍ଵିତୀୟ କମାଣ୍ଡାଣ୍ଟ ପ୍ରକାଶ କୁମାର ମିଶ୍ରା , ଡେପୁଟି କମାଣ୍ଡାଣ୍ଟ ଜିତ୍ ବାହନ ଓରାନ୍,ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲାଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଯୋଗ ଦେଇଥିଲେ।
ଏହିକାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ୬୪ ବାଟାଲିୟନ ସିଆରପିଏଫ କଳାହାଣ୍ଡି ର ଦ୍ୱିତୀୟ କମାଣ୍ଡାଣ୍ଟ ପି. କେ. ମିଶ୍ରା, ଏବଂ ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ରୁ ଅବସର ଗ୍ରହଣ କରିଥିବା ୪ଜଣ ସେନା କର୍ମଚରୀ ଗଣେଶ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, ସୁଭାଷ ଠାକୁର, ଡି. ଏଲ. ମୁଣ୍ଡ ଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଦୁଆରର୍ସୁନି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ସମସ୍ତ ଅତିଥି ଓ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା । ଅଗଷ୍ଟ ୯ ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଆଗଷ୍ଟ୍ ୧୫ ତାରିଖ ପର୍ଯ୍ୟନ୍ତ ସବୁ ଗ୍ରାମ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମ ରେ ୬୪ ସିଆରପିଏଫ ବାଟାଲିୟନ ର ସମସ୍ତ ଯବାନ ଉପସ୍ଥିତ ରହି ସହଯୋଗ କରିଥିଲେ । ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ଜାତୀୟ ଯୁବ ସ୍ଵେଚଛାସେବୀ ଅଭିଷେକ ବେହେରା, ସୁଶିଲ ପଧାନ, ନବୀନ ସାହୁ, ଶମ୍ଭୁ ବିଶି, ପୂର୍ବତନ ଜାତୀୟ ଯୁବ ସ୍ଵେଚଛାସେବୀ ହେମସାଗର ସାହୁ, ଚୁଲମଣି ମାଝୀ , ବିଜେତା ବାଗ, ପ୍ରଜ୍ଞା ନାୟକ, ବର୍ଷା ନାୟକ, ସ୍ଵଗତିକା ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

