ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ବୃଦ୍ଧ, ବୃଦ୍ଧା ଭିନ୍ନକ୍ଷମ ଓ ବିଧବା ମାନଙ୍କୁ ମାସିକ ୩୦୦୦ ଟଙ୍କା ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟି କୃତିବାସ ମୁଣ୍ଡ ଙ୍କ ଅଧ୍ୟକ୍ଷାତାରେ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଅସହାୟ ବୃଦ୍ଧା ବୃଦ୍ଧି, ବିଧବା ଓ ଭିନ୍ନକ୍ଷମ ମାନେ ନାଇଁନଥିବା ଅସୁବିଧାରେ ଚଳୁଥିବା ବେଳେ ମାସିକ ଭତ୍ତା ଟଙ୍କା ବୃଦ୍ଧି ସାଙ୍ଗକୁ ଠିକ ସମୟରେ ଭତ୍ତା ଟଙ୍କା ପ୍ରଦାନ ପାଇଁ ଆପ ପାର୍ଟି ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆପନେତା କୃତିବାସ ମୁଣ୍ଡଙ୍କ ଆହ୍ୱାନ କ୍ରମେ ଶତାଧିକ ଆପ କର୍ମୀ, ଓ ଭତ୍ତା ହିତାଧିକାରୀମାନେ ସ୍ଥାନୀୟ ବାହାଦୁରବଗିଚା ପଡା ଗୋଷ୍ଟୀ କେନ୍ଦ୍ରଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଆପ ନେତା ସତ୍ୟ ମହାର, ଚିତ୍ତ ବୁଦ୍ଧିଆ, ଡୁଲେଶ୍ୱର ସା, ଜଗନ୍ନାଥ ପଟେଲ, ଦୁର୍ଜନ ବାଗ, ପ୍ରଦୀପ ନାଏକ, ସୁରେନ୍ଦ୍ର ବାଗ, ବିଶ୍ଵମ୍ବର ମାଝୀ, ବିଶିକେସନ ମେହେର, ମମତା ନାଏକ, ନମିତା ବାଗ, ରଞ୍ଜିତା ରାଉତ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ଆପ କର୍ମୀମାନେ ଗଣଧାରଣା ରେ ସାମିଲ ହୋଇଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

