ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ରାଧାକୃଷ୍ଣ ନଗର ରେ ଅନନ୍ତ ପାତ୍ର ଙ୍କ ଠାରୁ ତିନିଜଣ ଡକାୟତ ସାଢେ଼ ୫ଲକ୍ଷ ଟଙ୍କା ଛଡାଇ ନେଇଥିଲେ। ଏହାକୁ ନେଇ ଟାଉନ ଥାନାରେ କେଶ ନ° ୨୭/୨୪ ରେ ଏକ କେଶ ରୁଜ୍ଜୁ କରାଯାଇଥିଲା। ଏହି ଡକାୟତ ଦଳକୁ ଧରିବାରେ ସଫଳ ହେଇଛନ୍ତି ଭବାନୀପାଟଣା ଟାଉନ ଥାନା ପୋଲିସ ଛତିଶଗଡ଼ ଭୀମଖୋଜ ରୁ ଦୁଇଜଣ ଡକାୟତ କୁ ଧରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ନାବାଳକ ବୋଲି ଜଣାପଡିଛି।
ତାଙ୍କ ଠାରୁ ୫ ଲକ୍ଷ୍ୟ ଟଙ୍କା ଏବଂ ଏକ ଆପାଚି ବାଇକ ଜବତ କରାଯାଇଥିବା ଟାଉନ ଥାନା ଆଇଆଇସି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆହୁରି ଦୁଇଜଣ ସଂପୃକ୍ତ ଥିବା ଓ ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଟ୍ରେନିଙ୍ଗ ରେ ଥିବା ଆଇ ପି ଏସ୍ ଅଧିକାରୀ ଆଜୀଙ୍କ୍ୟ ମାନେ, ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ, ସୁବ ଇନ୍ସପେକ୍ଟର ତପନ କାଲୋ ପ୍ରମୁଖ ଉପସ୍ଥିତ ରହିଥିଲେ। ପୋଲିସ ପକ୍ଷରୁ ଏପରି ଦିନ ଦ୍ବି ପହର ରେ ଘର ସମ୍ମୁଖରୁ ଟଙ୍କା ବ୍ୟାଗ ଲୁଟ ଘଟଣା ର
ପର୍ଦ୍ଦାଫାଶ କରି ପାରି ଥିବାରୁ ସାଧାରଣ ରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି ପାଇଥିବା ବେଳେ ଟାଉନ ଥାନା ଅଧିକାରୀ ଶ୍ରୀ ହିଆଲ ଟଙ୍କା ଉଠାଇ ଆଣିବା ଓ ନେବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଛନ୍ତି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

