ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ରାଧାକୃଷ୍ଣ ନଗର ରେ ଅନନ୍ତ ପାତ୍ର ଙ୍କ ଠାରୁ ତିନିଜଣ ଡକାୟତ ସାଢେ଼ ୫ଲକ୍ଷ ଟଙ୍କା ଛଡାଇ ନେଇଥିଲେ। ଏହାକୁ ନେଇ ଟାଉନ ଥାନାରେ କେଶ ନ° ୨୭/୨୪ ରେ ଏକ କେଶ ରୁଜ୍ଜୁ କରାଯାଇଥିଲା। ଏହି ଡକାୟତ ଦଳକୁ ଧରିବାରେ ସଫଳ ହେଇଛନ୍ତି ଭବାନୀପାଟଣା ଟାଉନ ଥାନା ପୋଲିସ ଛତିଶଗଡ଼ ଭୀମଖୋଜ ରୁ ଦୁଇଜଣ ଡକାୟତ କୁ ଧରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଜଣକ ନାବାଳକ ବୋଲି ଜଣାପଡିଛି।
ତାଙ୍କ ଠାରୁ ୫ ଲକ୍ଷ୍ୟ ଟଙ୍କା ଏବଂ ଏକ ଆପାଚି ବାଇକ ଜବତ କରାଯାଇଥିବା ଟାଉନ ଥାନା ଆଇଆଇସି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆହୁରି ଦୁଇଜଣ ସଂପୃକ୍ତ ଥିବା ଓ ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ ପ୍ରକାଶ କରିଛନ୍ତି। ଜିଲ୍ଲାରେ ଟ୍ରେନିଙ୍ଗ ରେ ଥିବା ଆଇ ପି ଏସ୍ ଅଧିକାରୀ ଆଜୀଙ୍କ୍ୟ ମାନେ, ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ, ସୁବ ଇନ୍ସପେକ୍ଟର ତପନ କାଲୋ ପ୍ରମୁଖ ଉପସ୍ଥିତ ରହିଥିଲେ। ପୋଲିସ ପକ୍ଷରୁ ଏପରି ଦିନ ଦ୍ବି ପହର ରେ ଘର ସମ୍ମୁଖରୁ ଟଙ୍କା ବ୍ୟାଗ ଲୁଟ ଘଟଣା ର
ପର୍ଦ୍ଦାଫାଶ କରି ପାରି ଥିବାରୁ ସାଧାରଣ ରେ ପୋଲିସ ପ୍ରତି ଆସ୍ଥା ବୃଦ୍ଧି ପାଇଥିବା ବେଳେ ଟାଉନ ଥାନା ଅଧିକାରୀ ଶ୍ରୀ ହିଆଲ ଟଙ୍କା ଉଠାଇ ଆଣିବା ଓ ନେବା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

