ନ୍ୟୁଜଗ୍ୟାଲେରି, ଗୋଲାମୁଣ୍ଡା: ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକ ମାନେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ । ସନ୍ଧ୍ୟା ସମୟରେ କାମ ସାରି ଫେରିବା ବାଟରେ ଡୋକରିପଡା ନିକଟରେ ପିକଅପ ଗାଡି ର ନମ୍ବର ଓଡ଼ି୦୮କେ୪୧୭୫ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଶ୍ରମିକମାନେ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ୨୫ରୁ ଉର୍ଦ୍ଧ୍ବ ଗୁରୁତଥିବା ଜଣାପଡ଼ିଛି । ଗୁରୁତର ୨୫ ଜଣ ଶ୍ରମିକ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ଆହତମାନେ ଧର୍ମଗଡ଼ ଓ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉ ଥିବା ଜଣାପଡ଼ିଛି । ପିକଅପ ଗାଡ଼ିରେ ୩୦ ରୁ ଉର୍ଦ୍ଧ୍ବ ଶ୍ରମିକ ଥିବା ବେଳେ କେତେକ ନାବାଳକ ମଧ୍ୟ ଥିଲେ । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

