ନ୍ୟୁଜଗ୍ୟାଲେରି, ଗୋଲାମୁଣ୍ଡା: ଜୁନାଗଡ଼ ଥାନା ଆଁଟିଗାଁର ଶ୍ରମିକ ମାନେ ଗୋଲାମୁଣ୍ଡା ଥାନା ବୋରଗୁଡାକୁ ଧାନ ରୋଇବା ପାଇଁ ଯାଇଥିଲେ । ସନ୍ଧ୍ୟା ସମୟରେ କାମ ସାରି ଫେରିବା ବାଟରେ ଡୋକରିପଡା ନିକଟରେ ପିକଅପ ଗାଡି ର ନମ୍ବର ଓଡ଼ି୦୮କେ୪୧୭୫ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଶ୍ରମିକମାନେ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ୨୫ରୁ ଉର୍ଦ୍ଧ୍ବ ଗୁରୁତଥିବା ଜଣାପଡ଼ିଛି । ଗୁରୁତର ୨୫ ଜଣ ଶ୍ରମିକ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ଆହତମାନେ ଧର୍ମଗଡ଼ ଓ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉ ଥିବା ଜଣାପଡ଼ିଛି । ପିକଅପ ଗାଡ଼ିରେ ୩୦ ରୁ ଉର୍ଦ୍ଧ୍ବ ଶ୍ରମିକ ଥିବା ବେଳେ କେତେକ ନାବାଳକ ମଧ୍ୟ ଥିଲେ । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

