ନ୍ୟୁଜଗ୍ୟାଲେରି,କଳାହାଣ୍ଡି:ଭବାନୀପାଟଣା ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ “ନୂଆ ଓ” ଉତ୍ସବ ପାଳନ ପାଇଁ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । “ ନୂଆ ଓ ” କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ଯାହା ଯୁବକ ଯୁବତୀମାନଙ୍କ ନିଜସ୍ଵ ଦକ୍ଷତା ଚିହ୍ନଟ,କ୍ରୀଡା ଓ ସଂସ୍କୃତିରେ ନିଜର ପ୍ରତିଭା ପ୍ରଦର୍ଶନ ତଥା ରାଜ୍ୟର ବିକାଶରେ ନିଜର ଭାଗୀଦାରୀ ଜାହିର କରିବାର ଏକ ପ୍ରକୋଷ୍ଠ ମଧ୍ୟମର ସୁଯୋଗ ଆଣିଛି । ଏହି କାର୍ଯ୍ୟକ୍ରମର ବିସ୍ତ୍ରୁତ ବିବରଣୀ , ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମର ବିଷୟ ସମ୍ବନ୍ଧରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଗୃହରେ ଜଣାଇଥିଲେ । ଏହି ଉତ୍ସବ ପାଇଁ କଳାହାଣ୍ଡି ଜିଲ୍ଲାର ୫୮ଟି +୨ ଉଚ୍ଚ ମାଧ୍ଯମିକ ସ୍କୁଲ ଏବଂ ୧୭ଟି +୩ ଡିଗ୍ରୀ ମହାବିଦ୍ୟାଳୟ ଏଭଳି ୭୫ଟି କଲେଜରେ ପ୍ରାୟ ୧୦,୦୦୦ ଜଣ ଛାତ୍ରଛାତ୍ରୀ ଆସନ୍ତା ଜାନୁବରୀ ୧୨ତାରିଖ ରେ ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ସମାବେଶ ଅନୁଷ୍ଠିତ ହେବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବକ୍ତୃତା, ଚିତ୍ରାଙ୍କନ,ସଙ୍ଗୀତ ( ଏକକ ଓ ଦଳୀୟ ) , କୁଇଜ , ନୃତ୍ୟ ( ଏକକ ଓ ଦଳୀୟ) , ପ୍ରବନ୍ଧ ରେ ଭାଗ ନେବା ପାଇଁ ସମସ୍ତ ମହାବିଦ୍ୟାଳୟ / ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯିବ । ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ସମସ୍ତ କଲେଜର ଛାତ୍ରଛାତ୍ରୀ, ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟରେ ଏବଂ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ସମସ୍ତ କଲେଜର ଛାତ୍ରଛାତ୍ରୀ ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଉପଖଣ୍ଡ ରୁ ମନୋନୀତ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରୀୟ ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ଭାଗ ନେବେ। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ନୋଡାଲ ମହାବିଦ୍ୟାଳୟ ଭାବେ ମନୋନୀତ କରାଗଲା । ଏହି ଉତ୍ସବ ଦିନ ତମାମ ସକାଳ ୯ଘ ରୁ ସନ୍ଧ୍ୟା ୬ଘ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଜିଲ୍ଲାପାଳ ସମସ୍ତ ଜିଲ୍ଲାସ୍ତରୀୟ କମିଟିର ସଭ୍ୟମାନଙ୍କୁ ଏହି ଉତ୍ସବ ମହାସମାରୋହରେ ପାଳନ ପାଇଁ ଦାୟିତ୍ଵର ସହ କାର୍ଯ୍ୟ ତୁଲାଇବାକୁ କହିଥିଲେ ।
ବୈଠକରେ ଉପଜିଲ୍ଲାପାଳ ଡଃ ବିଶ୍ଵଜିତ ଦାସ ,ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସେଲେଷ୍ଟିନ ଦିଗା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢୀ , ଏସ ଇ ଆର ଏଣ୍ଡ ବି , ଏ ପି ଡି ବିମ୍ବାଧର ସାହୁ,କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେଜିଷ୍ଟର ପୀତାମ୍ବର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

