କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ଝୁମିଲେ ଦର୍ଶକ

0 minutes, 0 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ ନାଗରିକ ଅଧିକାର, କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ଆଜି ସମୟର ଆବଶ୍ୟକତା ଆଉ ଅଳ୍ପ ଦିନ ମଧ୍ୟରେ ଦେଶରେ ପାଳିତ ହେବାକୁ ଯାଉଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏଇ ନିର୍ବାଚନରେ ଯୁବବର୍ଗର ଭୋଟରମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇ ଭୋଟଦାନ କରିବେ । ସଶକ୍ତ ଦେଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନିଶ୍ଚିତ ବଜାୟ ରଖିବାକୁ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରାର ତୃତୀୟ ସାନ୍ଧ୍ୟ ଅଧିବେଶନରେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ପି. ଅନ୍ୱେଷା ରେଡ୍ଡୀ । ସେହିପରି ଲୁପ୍ତପ୍ରାୟ କଳାକୁ ବଞ୍ଚାଇ ରଖିବାର ଏକ ଉତ୍କୃଷ୍ଟ ମାଧ୍ୟମ ହେଉଛି ସହିଦ ରେଣ୍ଡୋ ମାଝୀ ମଞ୍ଚ । ଯଦି କଳାହାଣ୍ଡି ଉତ୍ସବ ଏକ ମହାପର୍ବ ହୁଏ ତେବେ ଏହାର ସଂପତ୍ତି ହେଉଛନ୍ତି ଦର୍ଶକ ଏବଂ ବହୁସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତି କଳାହାଣ୍ଡି ଉତ୍ସବ ଘୁମୁରାର ଉଦ୍ଦେଶ୍ୟକୁ ଅତ୍ୟନ୍ତ ସଫଳ କରିପାରିଛି ବୋଲି କହିଛନ୍ତି ଆଜି ତୃତୀୟ ସନ୍ଧ୍ୟାର ଅନ୍ୟତମ ଅତିଥି ତଥା ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ଶତପଥି । ଏହି ଅବସରରେ ଅନ୍ୟତମ ଅତିଥି କଳାହାଣ୍ଡି ଆରକ୍ଷୀ ଅଧ୍ୟକ୍ଷକ ଅଭିଳାଷ ଜି,ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର୍‌. କାଲାଇଭାନନ, ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର, ବେଦାନ୍ତ ଲିମିଟେଡ ଏସୋସିଏଟ୍ ଉପସଭାପତି ବିଭୁଦେନ୍ଦୁ ପଣ୍ଡା, ଆଇପିଏସ୍ ଅଜିଙ୍କ୍ୟ ବାବୁରାଓ, ପାଇକ କଶ୍ୟପ ପ୍ରମୁଖ ମଞ୍ଚାସୀନ ଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଭବାନୀପାଟଣା ସୁରସଙ୍ଗୀତ ତରଫରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେପରେ ନୃତ୍ୟ ରସିକା, ଭବାନୀଶଙ୍କର ଘୁମୁରା ଦଳ, ପାନପୋଷ ନୃତ୍ୟ ମହ୍ଲାର ଦ୍ୱାରା ଓଡିଶୀ, ସିଟିଏମ୍‌ଏସ୍‌ର ଢେମସା, ବିକାଶ ଅନୁଷ୍ଠାନର ବଜାଶାଲ, ହରିୟାଣାର ଫାକ୍ ନୃତ୍ୟ, ପ୍ରତିଭାର ସିଙ୍ଗାରୀ ନୃତ୍ୟ, ସମ୍ବଲପୁର କହଁର ସାଂସ୍କୃତିକ ଅନୁଷ୍ଠାନର ନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ଲଗନ ସାଂସ୍କୃତିକ ଅନୁଷ୍ଠାନର ଢାପ ନୃତ୍ୟ, ବୋର୍ଡାର କଳାକାର, କନ୍ଧମାଳ ସଂସ୍କୃତି ପରିଷଦ, ଖୋର୍ଦ୍ଧାର କଳିଙ୍ଗ ପାଇକ ଆଖଡା, ଜେକେ ଡ୍ୟାନ୍ସ ଗ୍ରୁପ, ଇଜେଡ୍‌ସିସି ଦ୍ୱାରା ଛଉ ନୃତ୍ୟ ଆଦି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସେହିପରି ପାରବା ମଞ୍ଚରେ ବାଲଗୋପାଳ ସେବା ନିକେତନ, ଏନ୍‌ଏସ୍ ଡ୍ୟାନ୍ସ ସ୍କୁଲ, ଜେକେ ସ୍କୁଲ ଅଫ୍ ଡ୍ୟାନ୍ସ, ଶାସ୍ତ୍ରିଜୀ ସ୍କୁଲ, ବଚପନ୍ ଏକାଡେମୀ ହାଇସ୍କୁଲ, ଲାଞ୍ଜିଗଡରୋଡ ହାଇସ୍କୁଲ, ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲ, ହାଇଟେକ୍ ପବ୍ଲିକ ସ୍କୁଲ, ନ୍ୟୁ ଷ୍ଟାଇଲ ଡ୍ୟାନ୍ସ ସ୍କୁଲ, ଏକ୍ସଡିଆର୍ ଡ୍ୟାନ୍ସ ଗ୍ରୁପ, ସକ୍ଷମ କ୍ଲାସିକ, ବିକାଶ ସ୍କୁଲ, ସୋନୀ ଡ୍ୟାନ୍ସ ସ୍କୁଲ, ମାଣିକେଶ୍ୱରୀ ଗ୍ରୁପ, ସମ୍ଭବୀ ଡ୍ୟାନ୍ସ ଗ୍ରୁପ, ଆରାଧ୍ୟା ପଟ୍ଟନାୟକ, ଅମ୍ରିତା ସାହୁ, ଅନ୍ୱେଷା କାଣ୍ଡ, ଜୀବିସ୍ମିତା ପ୍ରଧାନ, ଶୁଭଶ୍ରୀ ମହାପାତ୍ର, ସ୍ୱାତୀ ମହାପାତ୍ର, ଶୁଭଶ୍ରୀ ପ୍ରଧାନ, ସିଦ୍ଧି ଚଣ୍ଡି, ସମ୍ଭବ ସାହୁ, ଅଭୀପ୍ସା ଅନନ୍ୟା ସାହୁ, ହେମାଙ୍ଗିନୀ ବେମାଲ, ସମୀକ୍ଷା ପାଣିଗ୍ରାହୀ, ପ୍ରିୟଙ୍କା ବାଗ, ଅଭିନନ୍ଦିତା ଚାନ୍ଦ, ଖୁସି ଗୁପ୍ତା, ଶିଳ୍ପା ବାଗ, ଅନୁଷ୍କା ସିଂହ ପ୍ରମୁଖ ନୃତ୍ୟ ପ୍ରଦର୍ଶନ କରିଥିଲେ । ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଆଶୁତୋଷ ପାତ୍ର, ନମିତା ମିଶ୍ର, ମାନସ ପଣ୍ଡା, ସସ୍ମିତା ସିଂ ଓ ପାରବା ମଞ୍ଚରେ ହେମନ୍ତ ସାହୁ, ଡିଲେଶ୍ୱର ରଣା, ରାମେଶ୍ୱର ତ୍ରିପାଠୀ, ବିକାଶ ମୁଣ୍ଡ, ସୁସ୍ମିତା ରାଉତ, ପ୍ରଜ୍ଞା, ଶିବଶକ୍ତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ସେହିପରି ରଙ୍ଗାରଙ୍ଗ ସାଂସ୍କୃତିକ ମାହୋଲର ମତୁଆଲା ଝଲକ ସିମ୍ଫୋନୀ ଓ ସମ୍ବଲପୁରୀ ବିଚିତ୍ରା କାର୍ଯ୍ୟକ୍ରମକୁ ବିଳମ୍ବିତ ରାତିଯାଏଁ ଦର୍ଶକମାନେ ଉପଭୋଗ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts