ନ୍ୟୁଜଗ୍ୟାଲେରି, କଳାହାଣ୍ଡି: କଳାହାଣ୍ଡି ଉତ୍ସବ ଘୁମୁରା୨୦୨୪ ଧର୍ମଗଡ଼ ଓ ଭବାନୀପାଟଣା ରେ ଅନୁଷ୍ଠିତ ବିଭିନ୍ନ ଖାଦ୍ୟ ଷ୍ଟଲ୍ କୁ ଖାଦ୍ୟ ନିରାପତ୍ତା ବିଭାଗ ଦ୍ଵାରା ଯାଞ୍ଚ କରାଯାଇଥିଲା। ଧର୍ମଗଡ଼ ପଞ୍ଚାୟତ ପଡିଆ ଧର୍ମଗଡ଼ ରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଧର୍ମଗଡ଼ ଖାଦ୍ୟ ନିରାପତ୍ତା ଅଧିକାରୀ- ବିଶ୍ୱଜିତ ନାଏକ ଏବଂ ତାଙ୍କ ଟିମ୍ ଙ୍କ ଦ୍ଵାରା ଉତ୍ସବ ପଡ଼ିଆ ର ଭିତର ଓ ବାହାର ପରିସର ରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ଯାଞ୍ଚ କରାଯାଇଥିଲା।
ପ୍ରାୟ ୩୦କିଲୋଗ୍ରାମ ବାସୀ ଖାଦ୍ୟ ସାମଗ୍ରୀ ଏବଂ ୨୦ଲିଟର ରାସାୟନିକ ରଙ୍ଗ ମିଶା ଟମାଟୋ ସସ୍ ସେହି ସ୍ଥାନରେ ନଷ୍ଟ କରାଯାଇଥିଲା |ଖାଦ୍ୟ ବ୍ୟବସାୟୀ ମାନଙ୍କୁ ସ୍ୱଚ୍ଛତା ଅଭ୍ୟାସ ବିଷୟରେ ଅବଗତ କରାଯାଇଥିଲା। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ହେୟାରନେଟ୍ ଓ ମାସ୍କ ପିନ୍ଧିବା, ପ୍ରସ୍ତୁତ ଖାଦ୍ୟ ପରିବେଷଣରେ ଖବରକାଗଜ ବ୍ୟବହାର ନକରିବା, ଖାଦ୍ୟ ରେ ରାସାୟନିକ ରଙ୍ଗ ରଙ୍ଗ ବ୍ୟବହାର ନକରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଭବାନୀପାଟଣା ପଦସ୍ଥ ଅଧିକାରୀ (ଖାଦ୍ୟ ନିରାପତ୍ତା) ଶ୍ରୀ ସନ୍ତୋଷ କୁମାର ମହାପାତ୍ର, ଭବାନୀପାଟଣା ଖାଦ୍ୟ ନିରାପତ୍ତା ଅଧିକାରୀ ଭରତ ଭୂଷଣ ସ୍ଵାଇଁ ଓ ତାଙ୍କ ଟିମ୍ ଉତ୍ସବ ପଡ଼ିଆ ତଥା ଆଖପାଖ ରେ ଥିବା ସମସ୍ତ ଖାଦ୍ୟ ଷ୍ଟଲ ଯାଞ୍ଚ କରି ଥିଲେ। ବାସି ଏବଂ ପଚା ଖାଦ୍ୟ ସବୁ ନଷ୍ଟ କରାଯାଇଥିଲା । ଗରମ ଖାଦ୍ୟ ରଙ୍ଗୀନ ପଲିଥିନ ରେ ପାର୍ସଲ ନ ଦେବା ପାଇଁ,କପଡା କିମ୍ବା ଗାମୁଛା ଖାଦ୍ୟ ଘୋଡାଇବା ପାଇଁ ବ୍ୟବହାର ନ କରିବା, ଖାଦ୍ୟ ପ୍ରଦୂଷଣ ଏଡେଇବା ନିମନ୍ତେ ବଳକା ଖାଦ୍ୟ ବ୍ୟବହାର ନକରିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ରୁ ଖାଦ୍ୟ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

