ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି ।
ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ହରେକୃଷ୍ଣ ମେହେର, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଜନୀକାନ୍ତ ସା, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମ ପ୍ରସାଦ ବାବୁ, କଳା ଓ ସଂସ୍କୃତି କ୍ଷେତ୍ରରେ ପଦ୍ମନାଭ ରାଜୁ, ସମାଜସେବା କ୍ଷେତ୍ରରେ ଗଣେଶ ରାମସିଂହଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର୍. କାଲାଇଭାନନ, ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର, ବେଦାନ୍ତ ଏସୋସିଏଟ୍ ଉପସଭାପତି ବିଭୁଦେନ୍ଦୁ ପଣ୍ଡା, ଆଇପିଏସ୍ ମାନେ ଅଜିଙ୍କ୍ୟ ବାବୁରାଓ, ପାଇକ କଶ୍ୟପ ପ୍ରମୁଖ ଜିଲ୍ଲାର ଏହି କୃତୀ ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା କମିଟିର ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୟ ଶତପଥି, ପ୍ରଦୀପ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିବାବେଳେ ପ୍ରତାପ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

