ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ର ତୃତୀୟ ସନ୍ଧ୍ୟାରେ ଜିଲ୍ଲାର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ ପ୍ରଦାନ କରାଯାଇଛି ।
ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ହରେକୃଷ୍ଣ ମେହେର, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଜନୀକାନ୍ତ ସା, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମ ପ୍ରସାଦ ବାବୁ, କଳା ଓ ସଂସ୍କୃତି କ୍ଷେତ୍ରରେ ପଦ୍ମନାଭ ରାଜୁ, ସମାଜସେବା କ୍ଷେତ୍ରରେ ଗଣେଶ ରାମସିଂହଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର୍. କାଲାଇଭାନନ, ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର, ବେଦାନ୍ତ ଏସୋସିଏଟ୍ ଉପସଭାପତି ବିଭୁଦେନ୍ଦୁ ପଣ୍ଡା, ଆଇପିଏସ୍ ମାନେ ଅଜିଙ୍କ୍ୟ ବାବୁରାଓ, ପାଇକ କଶ୍ୟପ ପ୍ରମୁଖ ଜିଲ୍ଲାର ଏହି କୃତୀ ସନ୍ତାନମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା କମିଟିର ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୟ ଶତପଥି, ପ୍ରଦୀପ କୁମାର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିବାବେଳେ ପ୍ରତାପ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

