ନ୍ୟୁଜଗ୍ୟାଲେରି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କାରୁଣ୍ଡ କଳା କେନ୍ଦ୍ର” ଚଳିତ ଜୁଲାଇ ମାସ ୧୬ ତାରିଖ ଦିନ ସ୍ଥାନୀୟ ଟାଉନ ହଲ ଠାରେ ତାହାର ରୌପ୍ୟ ଜୟନ୍ତୀ ପାଳନ କରିବ। ଏହି ଉପଲକ୍ଷେ କାରୁଣ୍ଡ କଳା କେନ୍ଦ୍ର ର ସଭାପତି ପଦ୍ମନାଭ ରାଜୁଙ୍କ ପୌରହିତ୍ୟ ରେ ଆଜି ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦର ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ରୌପ୍ୟ ଜୟନ୍ତୀ ସମାରୋହର କାର୍ଯ୍ୟକ୍ରମ ଗୁଡିକ ଚୁଡାନ୍ତ କରାଯାଇଥିଲା।
୧୬ ତାରିଖ ସକାଳ ସାଢ଼େ ଆଠଟାରେ ଟାଉନ ହଲ ଠାରେ ସଭାପତି ଙ୍କ ଦ୍ଵାରା ଅନୁଷ୍ଠାନର ପତାକା ଉତ୍ତୋଳନ କରାଯିବ। ସକାଳ ୯ ଟାରେ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ଟାଉନହଲରେ ପହଞ୍ଚିବ। ସକାଳ ୧୦ ଟାରେ ‘କଳାହାଣ୍ଡିର ଲୋକନୃତ୍ୟ ଓ ଘୁମୁରା’ ଶୀର୍ଷକ ଆଲୋଚନା ଚକ୍ର ଅୟୋଜିତ ହେବ। ସନ୍ଧ୍ୟା ୬ଟା ରେ ସାଂସ୍କୃତିକ ସଭା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଉପସଭାପତି କୈଳାସ ସିଂହ,ପ୍ରଦୀପ ଧଙ୍ଗଡା ମାଝୀ, କାର୍ଯ୍ୟକାରୀ ସଭ୍ୟ ଜଗଦୀଶ ମଣ୍ଡଳ, ଶୁଭେନ୍ଦୁ ମହାପାତ୍ର, ପ୍ରଶାନ୍ତଠାକୁର, ଶେଷଦେବ ମିଶ୍ର, ସତ୍ୟବାନ ପ୍ରଧାନୀ, ବିଜୟ ମୁନି, ରଜନୀ ମିଶ୍ର, ଶିବ ନାଏକ ଓ ହେମନ୍ତ କୁମାର ରାୟ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

