ନ୍ୟୁଜଗ୍ୟାଲେରି:ଭବାନୀପାଟଣା, କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କାରୁଣ୍ଡ କଳା କେନ୍ଦ୍ର” ଚଳିତ ଜୁଲାଇ ମାସ ୧୬ ତାରିଖ ଦିନ ସ୍ଥାନୀୟ ଟାଉନ ହଲ ଠାରେ ତାହାର ରୌପ୍ୟ ଜୟନ୍ତୀ ପାଳନ କରିବ। ଏହି ଉପଲକ୍ଷେ କାରୁଣ୍ଡ କଳା କେନ୍ଦ୍ର ର ସଭାପତି ପଦ୍ମନାଭ ରାଜୁଙ୍କ ପୌରହିତ୍ୟ ରେ ଆଜି ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦର ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ରୌପ୍ୟ ଜୟନ୍ତୀ ସମାରୋହର କାର୍ଯ୍ୟକ୍ରମ ଗୁଡିକ ଚୁଡାନ୍ତ କରାଯାଇଥିଲା।
୧୬ ତାରିଖ ସକାଳ ସାଢ଼େ ଆଠଟାରେ ଟାଉନ ହଲ ଠାରେ ସଭାପତି ଙ୍କ ଦ୍ଵାରା ଅନୁଷ୍ଠାନର ପତାକା ଉତ୍ତୋଳନ କରାଯିବ। ସକାଳ ୯ ଟାରେ ମାଣିକେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ଟାଉନହଲରେ ପହଞ୍ଚିବ। ସକାଳ ୧୦ ଟାରେ ‘କଳାହାଣ୍ଡିର ଲୋକନୃତ୍ୟ ଓ ଘୁମୁରା’ ଶୀର୍ଷକ ଆଲୋଚନା ଚକ୍ର ଅୟୋଜିତ ହେବ। ସନ୍ଧ୍ୟା ୬ଟା ରେ ସାଂସ୍କୃତିକ ସଭା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ଉପସଭାପତି କୈଳାସ ସିଂହ,ପ୍ରଦୀପ ଧଙ୍ଗଡା ମାଝୀ, କାର୍ଯ୍ୟକାରୀ ସଭ୍ୟ ଜଗଦୀଶ ମଣ୍ଡଳ, ଶୁଭେନ୍ଦୁ ମହାପାତ୍ର, ପ୍ରଶାନ୍ତଠାକୁର, ଶେଷଦେବ ମିଶ୍ର, ସତ୍ୟବାନ ପ୍ରଧାନୀ, ବିଜୟ ମୁନି, ରଜନୀ ମିଶ୍ର, ଶିବ ନାଏକ ଓ ହେମନ୍ତ କୁମାର ରାୟ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

