ନ୍ୟୁଜଗ୍ୟାଲେରୀ,ଭବାନୀପାଟଣା: ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଗୋଟି ତାଲିମ କାର୍ଯ୍ୟକ୍ରମ ଉଦ୍ଧଘାଟନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି। ପ୍ରଥମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ଦ୍ୱାରା ଇଡୁନେଟ ମାଧ୍ୟମରେ ୧୦୦ ଜଣ ଅନୁସୂଚିତ ଜନଜାତି ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ନିଟ, ଜେଇ ଓ ୟୁ ଏ ଟି ପାଇଁ ମାଗଣାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଧଘାଟନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର କାର୍ଯ୍ୟନିର୍ବାହୀ କୁଳପତି ନିବେଦିତା ନାଥ, ଉପ କୁଳସଚିବ ଜୟଦେବ ସାହୁ ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମ ର ଲାଭ ଉଠାଇବା ପାଇଁ ଉତ୍ସାହିତ କରିବସହିତ ପାଠ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ଡ଼.ମଧୁଲିକା ସାହୁ ସଂଯୋଜନା କରିଥିଲେ।
ଦ୍ଵିତୀୟ କାର୍ଯ୍ୟକ୍ରମ ରେ ମାଇନିଂ ସ୍କିଲ କାଉନସିଲ ତରଫରୁ ଥୁଆମୂଳ ରାମପୁର ଏବଂ ଲାଞ୍ଜିଗଡ ଅଞ୍ଚଳର ୩୦୦ ଜଣ ଅନୁସୂଚିତ ଜନଜାତି ର ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ଆର୍ଥିକ ଅନୁଦାନ ରେ ବିଭିନ୍ନ ପ୍ରକାରର ମାଇନିଂ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ତାଲିମ ର ଶୁଭ ଉଦ୍ଧଘାଟନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପ୍ରଶାନ୍ତ କୁମାର ମିଶ୍ର, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

