ନ୍ୟୁଜଗ୍ୟାଲେରୀ,ଭବାନୀପାଟଣା: ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଗୋଟି ତାଲିମ କାର୍ଯ୍ୟକ୍ରମ ଉଦ୍ଧଘାଟନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି। ପ୍ରଥମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ଦ୍ୱାରା ଇଡୁନେଟ ମାଧ୍ୟମରେ ୧୦୦ ଜଣ ଅନୁସୂଚିତ ଜନଜାତି ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ନିଟ, ଜେଇ ଓ ୟୁ ଏ ଟି ପାଇଁ ମାଗଣାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଧଘାଟନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର କାର୍ଯ୍ୟନିର୍ବାହୀ କୁଳପତି ନିବେଦିତା ନାଥ, ଉପ କୁଳସଚିବ ଜୟଦେବ ସାହୁ ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମ ର ଲାଭ ଉଠାଇବା ପାଇଁ ଉତ୍ସାହିତ କରିବସହିତ ପାଠ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ଡ଼.ମଧୁଲିକା ସାହୁ ସଂଯୋଜନା କରିଥିଲେ।
ଦ୍ଵିତୀୟ କାର୍ଯ୍ୟକ୍ରମ ରେ ମାଇନିଂ ସ୍କିଲ କାଉନସିଲ ତରଫରୁ ଥୁଆମୂଳ ରାମପୁର ଏବଂ ଲାଞ୍ଜିଗଡ ଅଞ୍ଚଳର ୩୦୦ ଜଣ ଅନୁସୂଚିତ ଜନଜାତି ର ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ଆର୍ଥିକ ଅନୁଦାନ ରେ ବିଭିନ୍ନ ପ୍ରକାରର ମାଇନିଂ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ତାଲିମ ର ଶୁଭ ଉଦ୍ଧଘାଟନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପ୍ରଶାନ୍ତ କୁମାର ମିଶ୍ର, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

