ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଜିଲ୍ଲା ଯୋଜନା ଓ ମନିଟରିଙ୍ଗ ବିଭାଗ ତରଫରୁ ଶିକ୍ଷା ସମ୍ବାଦ ଓ ସ୍ଟେମ୍ ଶିକ୍ଷା କୁ ଶକ୍ତିଶାଳୀ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ଏବଂ କଳାହାଣ୍ଡି ଜିଲ୍ଲା ଯୋଜନା ଓ ମନିଟରିଂ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼ା. କୁମୁଦିନୀ ମିଶ୍ର, ମନିଟରିଂ, ପ୍ଲାନିଙ୍ଗ ଏବଂ ଲର୍ଣ୍ଣିଂ ଏକ୍ସପର୍ଟ, ସ୍ୱାଗତ ଭାଷଣ ସହିତ କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଷ୍ଟେମ ଶିକ୍ଷାର ଗୁରୁତ୍ୱକୁ ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ସାଗରିକା, ସିନିଅର ପ୍ରୋଗ୍ରାମ ମ୍ୟାନେଜର କିନୋଟ ଶିକ୍ଷାର ଲାଭକୁ ଉପସ୍ଥାପନ କରିଥିଲେ ଏବଂ “ଶିକ୍ଷାଗୃହ” ପ୍ରକଳ୍ପର ମୂଲ ଉଦ୍ଦେଶ୍ୟ ଓ ଲକ୍ଷ୍ୟଗୁଡ଼ିକ ବିଷୟରେ ଅବଗତ କରାଇଥିଲେ।ଏଥିରେ
ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଏହି ପ୍ରକଳ୍ପ ର ଶୁଭାରମ୍ଭ କରି ଜିଲ୍ଲା ପ୍ରଶାସନ ର ସମର୍ଥନକୁ ଉପସ୍ଥାପନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପବିତ୍ର ମହନ ସାହୁ, ଏଡିଏଓ, ଷ୍ଟେମ ଶିକ୍ଷାର ଅଭିନବ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ, ଶ୍ରୀକାନ୍ତ ଦଳେଇ, ଡିପିଏମୟୁ ଉପନିର୍ଦ୍ଦେଶକ (ପ୍ଲାନିଂ ଏବଂ ଷ୍ଟାଟିସ୍ଟିକ୍ସ) ଏବଂ ଏଡିଓ ମିଶିତ ଶିକ୍ଷାରେ ସରକାରଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ, ଓଡିଶା ରାଇଜିଙ୍ଗର ଆଦିତ୍ୟ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

